ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ପଞ୍ଚାୟତ ଅଧିନରେ ଥିବା ପୁଢୋଖାର ଗାଁ ରୁ ଜମଲା ଯାଇଥିଵା ରାସ୍ତା ଅତି ଶୋଚନୀୟ ହୋଇ ପଡିଛି । ସେଇ ରାସ୍ତା ଦେଇ ୪ ଖଣ୍ଡ ଗାଁ ଲୋକେ ଯିଵା ଆସିବା କରୁଛନ୍ତି । ପାଖରେ ଜମଲା ସୋମବାର ଦିନ ଵଜାର ଵସିଥାଏ । ପ୍ରତ୍ୟେକ ଜିନିଷ ପତ୍ର କିଣି ଯାଇଥାନ୍ତି । ଛାତ୍ର ଛାତ୍ରୀ ପଢି ଯାଉଛନ୍ତି । ଏଇ ବାଟରେ ଅନେକ ଦୁର୍ଘଟଣା ମାନ ମଧ୍ୟ ହେଉଛି ସାଇକେଲ ଆରୋହୀ ଵାଇକ ଆରୋହୀ ମାନେ । ଯେତେ କହିଲେ ମଧ୍ୟ ପ୍ରଶାସନ ଅଧିକାରୀ ଶୁଣୁ ନାହାନ୍ତି । ସାଇକେଲ ଆରୋହୀ ଟିକିଏ ବରଷା ଚାଲିବାକୁ ପଡୁଛି । ଏଇ ରାସ୍ତାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ବରଗଡ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ଏହି ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବାକୁ ଜନ ସାଧାରଣରେ ଦାବୀ ହେଉଛି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ
ପୁଢୋଖାର ଗାଁ ରୁ ଜମଲା ଯାଇଥିଵା ରାସ୍ତା କେଵେ ହେବ ?
October 12, 2021
0
