ତାଳଚେର :-
ସବୁ ଠିକ ଥିଲା,ପରିଶ୍ରମ କରି ନିଜେ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ସମୟ ବଦଳି ଗଲା,କୋରନା ଆସିଲା, ଦେଶ ରାଜ୍ୟ ସହିତ ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଲା,ଲକଡାଉନ ସଟଡାଉନ ଲୋକଙ୍କର କାମଧନ୍ଦା ଛଡେଇ ନେଲା,ଲୋକମାନେ ଅସହାୟ ହୋଇ ପଡିଲେ,ଏ ସବୁ ମଧ୍ୟରେ ସହାୟତା ପାଇଁ ଆଗେଇ ଆସିଲେ ଅନେକ,ଶୁଖିଲା ଖାଦ୍ୟ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ପର୍ଯ୍ୟନ୍ତ ସବୁଠି ପହଁଚିଲା,ସରକାରୀ ସ୍ତରରେ ମଧ୍ୟ କାର୍ଯ୍ୟ ଆରମ୍ଭ ହେଲା,ହେଲେ ଏହା ସମୁଦ୍ରକୁ ଶଙ୍ଖେ ଭଳି କାର୍ଯ୍ୟ କଲା। ଆଗେଇ ଆସିଲେ ଅନେକ ସହୃଦୟ ବ୍ୟକ୍ତି,ହାତରେ ଖାଦ୍ୟ ପୁଡ଼ିଆ ଧରି ସହରଠାରୁ ଗାଁ ପର୍ଯ୍ୟନ୍ତ,ସେମିତି ଜଣେ ସହୃଦୟ ଝିଅଟିଏ ତାଳଚେର ଅଞ୍ଚଳରେ ଚଳଚଞ୍ଚଳ ହୋଇ ଉଠିଲେ। କୋରନା ର ପ୍ରକୋପ ଯେଉଁ ସମୟରେ ଖୁବ ଜୋରରେ ବ୍ୟାପୁଥିଲା,ଏକ ରକ୍ଷଣଶୀଳ ପରିବାରର ବୋହୁ,ଆଗେଇ ଆସିଲେ,ଘରୁ ଗୋଡ଼ କାଢ଼ିଲେ,ଏକ ବିଶାଳ ହୃଦୟ ନେଇ ସେଇ ମାନଙ୍କ ଉଦେଶ୍ୟରେ,ଅସହାୟଙ୍କ ସହାୟତା ଉଦେଶ୍ୟରେ,ଜୀବନର ଗତିପଥ ବଦଳିଗଲା,ସୁନିତା ନାଏକଙ୍କର, ହୃଦୟ କାନ୍ଦି ଉଠିଲା ସେଇ ଅଲୋଡ଼ା ଜୀବନ ମାନଙ୍କ ନିମନ୍ତେ,ସେଇଦିନ ଠାରୁ ଆଉ ପଛକୁ ଫେରି ନାହାନ୍ତି। ଶୁଖିଲା ଖାଦ୍ୟପେୟ ଠାରୁ ଆରମ୍ଭ କରି ପିନ୍ଧାବସ୍ତ୍ର ପର୍ଯ୍ୟନ୍ତ,ସୁଖଦୁଃଖ ବୁଝିବା ସହିତ ଅର୍ଥଦାନ,ରୋଗୀ ଠାରୁ ରୋଗୀସେବା,ସବୁରି କ୍ଷେତ୍ରରେ ସାହାଯ୍ୟର ହାତ ବଢ଼ାଇ ଚାଲିଛନ୍ତି। ଏସବୁ କ୍ଷେତ୍ରରେ ସେ ଏକୁଟିଆ ନୁହଁନ୍ତି ତାଙ୍କ ସ୍ୱାମୀ ବିଭୁତି ନାଏକ ମଧ୍ୟ ପ୍ରେରଣା ଦିଅନ୍ତି,ସୁନିତାଙ୍କୁ ସ୍ଵବୁ ସମୟରେ ସାହାଯ୍ୟ କରନ୍ତି। ସମାଜ ନିମନ୍ତେ ଏମିତି ଜଣେ ନିଆରା ମଣିଷ ଅନ୍ୟ ମାନଙ୍କ ନିମନ୍ତେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଆଜି ବୁଦ୍ଧିଜୀବି,ଜନସାଧାରଣ ତାଙ୍କର ପ୍ରଶଂସା କରି ଚାଲିଛନ୍ତି।
ଅନୁଗୁଳ ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ
