ପଦ୍ମପୁର :-
ବରଗଡ ଜିଲ୍ଲାର ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ କଣ୍ଠେଶ୍ୱରପୁର ଠାରେ ଗତ ୨୦୧୯ ମସିହାର ନିର୍ମିତ ହୋଇଥିବା ଡେମ ଭାଙ୍ଗିଯିବା ଘଟଣାରେ ନିମ୍ନ ମାନର କାର୍ଯ୍ଯ କରିଥିବା ସଂପୃକ୍ତ ଇଂଜିନିୟର ଓ ଠିକାଦାର ବିରୋଧ ରେ ଦୃଢ ପଦକ୍ଷେପ ନେବା ସହ ପାଣି ମାଡିଯାଇ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନଙ୍କୁ କ୍ଷତି ପୁରଣ ଦେବା ପାଇଁ ବିଜେପି ଦାବୀ କରିଛି । ବିଜେପି କୃଷକ ମୋର୍ଚ୍ଚାର ରାଜ୍ଯ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କଣ୍ଠେଶ୍ୱରପୁର ଡେମ ଅଞ୍ଚଳକୁ ଯାଇ ଡେମ କିଭଲି ଭାଙ୍ଗିଲା ତାର ସରଜମିନ ତଦନ୍ତ କରିଥିଲେ । ବିଜେପି ନେତୃତ୍ବ ମଣ୍ଡଳୀଙ୍କ ସହ ପ୍ରଭାବିତ ଅନେକ ଚାଷୀ ଉପସ୍ଥିତ ଥିଲେ । ଡେମର ଭିତ୍ତିଭୂମି ପରଖିବା ପରେ ଅତି ନିମ୍ନମାନ କାମ ହୋଇଥିବା ଜଣା ପଡିଥିଲା । ମାତ୍ର ୫ବର୍ଷ ଭିତରେ ଡେମ କିଭଲି ଭାଙ୍ଗିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିମ୍ନମାନର କାର୍ଯ୍ଯ କରି ପିସି ଜରିଆରେ ବହୁ ଟଙ୍କା ଲୁଟ ହୋଇଥିବାର ଅଭିଯୋଗ କରି ଏହି ଡେମ ନିର୍ମାଣ ଦାୟିତ୍ବରେ ଥିବା ଇଂଜିନିୟର ଓ ଠିକାଦାର ଙ୍କ ବିରୋଧ ରେ ଦୃଢ ପଦକ୍ଷେପ ନେବା ପାଇଁ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି । ଡେମ ଭାଙ୍ଗିଯିବା ଫଳରେ ୩୨୦ ହେକ୍ଟର ଜମିକୁ ମାଡି ଯିବାରୁ ଚାଷ ମଧ୍ଯ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ତେଣୁ ଚାଷୀ ନଷ୍ଟ ହୋଇଥିବା ସମସ୍ତ ଚାଷୀଙ୍କୁ କ୍ଷତିଗ୍ରସ୍ତ ପୁରଣ ଦେବା ପାଇଁ ଶ୍ରୀ ପୁରୋହିତ ଓଡ଼ିଶା ସରକାରଙ୍କ ଠାରେ ଦାବୀ କରିଛନ୍ତି । ଏ ଦିଗରେ ସରକାର ପଦକ୍ଷେପ ନ ନେଲେ ଡେମ ଭିତରେ ସତ୍ଯାଗ୍ରହ ଆନ୍ଦୋଳନ କରିବାକୁ ଶ୍ରୀ ପୁରୋହିତ ଚେତାବନୀ ଦେଇଛନ୍ତି । ବିଜେପିର ଏହି ପ୍ରତିନିଧି ମଣ୍ଡଳୀର କୃଷକ ମୋର୍ଚ୍ଚାର ସଂଯୋଜକ ଶ୍ରୀ ନିରୋଜ ଦାସ,ରାଜ ବୋଡାସମ୍ବର ବ୍ଲକ ସାଂସଦ ପ୍ରତିନିଧି ଡା ଶ୍ରୀକାନ୍ତ ପାଣିଗ୍ରାହୀ,ମକରଧ୍ବଜ ବଗାର,ନିର୍ମଲ ବାରିକ,କୁବେର ସାହୁ ଆଦି ସାମିଲ ହୋଇଥିଲେ ।
