Type Here to Get Search Results !

ପ୍ରାଇଭେଟ୍ ବସ୍ ମାଲିକଙ୍କ ଦାବି, ଡିଜେଲ ଟିକସ କମଓ ନ ହେଲେ ଚକ ବନ୍ଦ



ଭୁବନେଶ୍ୱର :-
ପ୍ରାଇଭେଟ୍ ବସ୍ ମାଲିକ ସଂଘ ପକ୍ଷରୁ ରାଜ୍ୟ ସରକାର ଙ୍କୁ ଚେତାବନୀ। ନଭେମ୍ବର ୧୫ ସୁଦ୍ଧା ଦାବି ପୁରଣ ନ ହେଲେ ଚକ ବନ୍ଦ କରିବ ପ୍ରାଇଭେଟ୍ ବସ୍ ସଂଘ।

ସଂଘ ସୂଚନା ଦେଇଛି,ଦିନକୁ ଦିନ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଥିବା ବେଳେ ରାସ୍ତା ରେ ଗାଡ଼ି ଗଡିବା ଏକ ପ୍ରକାରର କଷ୍ଟସାଧ୍ୟ ହୋଇ ଯାଇଛି। ଅନ୍ୟ ପକ୍ଷରେ ନୂତନ ଦାମ୍ ଦ୍ଵାରା ଯାତ୍ରୀ ସଂଖ୍ୟା ମଧ୍ୟ ଅନୁରୂପ ଭାବରେ କମିବାରେ ଲାଗିଛି। ଲକ୍ ଡାଉନ୍ ପରେ ବସ୍ ଭଡା ବୃଦ୍ଧି ସହ ଯାତ୍ରୀ ସଂଖ୍ୟା କମିବାରେ ଲାଗିଥିବା ବେଳେ ଚଡ଼କ ପଡିଛି ବସ୍ ମାଲିକ ଙ୍କ ଉପରେ। ଏ ପର୍ଯ୍ୟନ୍ତ ପାଖାପାଖି ୪୦% ପ୍ରାଇଭେଟ୍ ବସ୍ ଗ୍ୟାରେଜ ରେ ପଡିଛି 
ଅନ୍ୟ ପକ୍ଷରେ ଡିଜେଲ ଉପରେ ଟିକସ ସରକାର ବୃଦ୍ଧି କରିଛନ୍ତି। ସେଭଳି ଭାବରେ ରୋଡ ଟ୍ୟାକ୍ସ ବାକି ରହିଛି ବସ୍ ମାଲିକଙ୍କ ଉପରେ। ଏ ଦିଗରେ ରାଜ୍ୟ ସରକାର ସଠିକ୍ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସଂଘ୍ ପକ୍ଷରୁ କୁହାଯାଇଛି। ତେବେ ସଂଘ ଏଥିପାଇଁ ସରକାରଙ୍କୁ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି। ଯଦି ଏ ଦିଗରେ ସରକାର ସଠିକ୍ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଆସନ୍ତା ନଭେମ୍ବର ୧୬ ରୁ ଚକ ବନ୍ଦ ଆନ୍ଦୋଳନ ସାରା ରାଜ୍ୟରେ କରିଯିବା ଚେତାବନୀ ଦେଇଛନ୍ତି ପ୍ରାଇଭେଟ୍ ବସ୍ ମାଲିକ ସଂଘ। 
ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.