ବ୍ରଜରାଜନଗର :-
ବହୁ ପ୍ରତୀକ୍ଷା ର ଅନ୍ତ ଘଟି ଆଜି ଉଦ୍ଘାଟିତ ହେଲା ରାଜପୁର ଗ୍ରାମ୍ୟ ରେଳ ଓଭର ବ୍ରିଜ। ଏହାସହ ଗମନାଗମନ ବ୍ୟବସ୍ଥା ରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ ହୋଇଛି। ମାନ୍ୟବର ବରଗଡ଼ ସାଂସଦ ଶ୍ରୀ ସୁରେଶ୍ ପୂଜାରୀ ଙ୍କ ଦ୍ଵାରା ଆଜି ଉକ୍ତ ବ୍ରିଜ ଟି ଲୋକାର୍ପଣ କରାଯାଇଛି। ଏହି ଓଭର ବ୍ରିଜ ହେବା ଦ୍ବାରା ସୁଗମ୍ୟ ହୋଇପାରିଛି ବ୍ରଜରାଜନଗର ଓ NTPC ଗମନାଗମନ।
ରାଜପୂର ନିକଟରେ ଥିବା ରେଳ ଲାଇନ ଦ୍ଵାରା ଲୋକଙ୍କୁ ଯିବାଆସିବା ବେଳେ ସବୁବେଳେ ଲୋକଙ୍କ ଜୀବନ ବିପଦପୂର୍ଣ୍ଣ ହୋଇ ଆସୁଥିଲା। ଏ ନେଇ ଅନେକ ଥର ଆନ୍ଦୋଳନ ମଧ୍ୟ ହୋଇ ସାରିଛି। ତେବେ ଓଭର ବ୍ରୀଜ କାମ ମଝିରେ ବହୁତ୍ ଧିମେଇ ଯାଇଥିବା ବେଳେ ଆଜି ସ୍ଥାନୀୟ ଲୋକଙ୍କ ଆଶା ପୁରାଣ ହୋଇଥିବା ପ୍ରକାଶ କରିଛନ୍ତ ସ୍ଥାନୀୟ ଅଞ୍ଚଳବାସୀ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସାଂସଦ ଙ୍କ ସହ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର ମହାନ୍ତି,ଝାରସୁଗୁଡ଼ା ଜିଲ୍ଲପାଳ ଶ୍ରୀ ସରୋଜ ସାମଲ ରାଜପୁର ସରପଞ୍ଚ ଶ୍ରୀ ଯତୀନ ଦେଓ, ଗଣେଶ ବାଗ ଓ ଅନ୍ୟାନ୍ୟ ରାଜନୈତିକ ଓ ସ୍ଥାନୀୟ ଲୋକେ ଯୋଗଦାନ କରିଥିଲେ। ଝାରସୁଗୁଡ଼ା ବ୍ରଜରାଜନଗର ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
