ଗୋପାଳପୁର :-
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି। ଏକ କାଳୀନ ୧୫ ଟି ଟିମ୍ ବିଧାୟକ ଙ୍କ ଘର ଓ ଅଫିସ ସହ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଛି। ଏହାସହ ବିଧାୟକ ଙ୍କ ଘନିଷ୍ଠ ବନ୍ଧୁ ସର୍ବେଶ୍ଵର ରାଓ ଙ୍କ ଘରେ ମଧ୍ୟ ଚଢାଉ କରିଥିବା ସୂଚନା ମିଳିଛି। ଆଜି ସକାଳ ୬ ଟା ସମୟରେ ଭିଜିଲାନ୍ସ ପକ୍ଷରୁ ୧୫ ଗୋଟି ଟିମ୍ ଏକସହ ବିଧାୟକ ତଥା ବିଧାୟକଙ୍କ ନିକଟବର୍ତ୍ତୀ ସମସ୍ତଙ୍କ ଘରେ ଚଢ଼ାଉ ଜାରି ରଖିଥିବା ବେଳେ କଣ ସବୁ ଜବତ୍ କରା ଯାଇଛି ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ। ବ୍ୟୁରୋ ରିପୋର୍ଟ
