Type Here to Get Search Results !

ବନ୍ଧୁକ ଫୁଟାଇ ଅଳଙ୍କାର ଦୋକାନୀ କୁ ଲୁଟ୍

 

ବନ୍ଧବାହାଲ :-

ଝାରସୁଗୁଡ଼ା ଜିଲ୍ଲା ବାନହରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲ୍ ଅଞ୍ଚଳରେ ବନ୍ଧୁକ ଫୁଟାଇ ଅଳଙ୍କାର ଦୋକାନୀ କୁ ଲୁଟ୍ ହୋଇଛି। 

ଖବର ରୁ ପ୍ରକାଶ ଯେ ଇନ୍ଦ୍ରଧନୁ ମାର୍କେଟ କମ୍ପ୍ଲେକ୍ସ ରେ ଥିବା ଏକ ଗହଣା ଦୋକାନ ଓଡ଼ିଶା ଅଳଙ୍କାର ର ମାଲିକ ଆଜି ସନ୍ଧ୍ୟାରେ ଦୋକାନ ବନ୍ଦ କରି ଘରକୁ ବାହାରୁଥିବା ସମୟରେ  ହଠାତ୍ କିଛି ବ୍ୟକ୍ତି ଏକ ବାଇକ୍ ଯୋଗେ ଆସି  ଦୋକାନ ମାଲିକଙ୍କ ଠାରୁ ଟଙ୍କା ଓ ଅଳଙ୍କାର  ବ୍ୟାଗ୍ କୁ ଝାଂପି ନେବାକୁ ପ୍ରୟାସ କରିଥିଲେ। ତେବେ ଦୋକାନ ମାଲିକ ଙ୍କ ଠାରୁ ବ୍ୟାଗ୍ ଛଡ଼ାଇ ନ ପରି ଉକ୍ତ ଲୁଟେରା ହଠାତ୍ ତିନି ରାଉଣ୍ଡ ଗୁଳି ଚଳାଇଥିଲେ ଓ ବ୍ୟାଗ୍ ନେଇ ଚଂପଟ ମାରିଥିଲେ।

ଏ ନେଇ ଦୋକାନ ମାଲିକ ବନ୍ଧବାହଲ ଫାଣ୍ଡି ରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଝାରସୁଗୁଡ଼ା ବନ୍ଧବାହାଲ ରୁ ସମୀର ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.