ଝାରସୁଗୁଡ଼ା :-
ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୁଢ଼ିପଦର ଇବ ନଦୀ ପଠା ରୁ ମିଳିଛି ଏକ ଅଜଣା ଯୁବକଙ୍କ ଶବ। ଏକ ବୁଦା ମୂଳେ ଏହି ଶବକୁ କିଛି ଗ୍ରାମବାସୀ ଦେଖି ତୁରନ୍ତ ସଦର ଥାନା କୁ ଜଣାଇଥିଲେ। ଯୁବକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି।ତେବେ ଏ ବ୍ୟକ୍ତି ଜଣକ କିଏ ଓ କିଭଳି ରୂପେ ଏଠାକୁ ଆସିଥିଲେ ତାହା ଏବେ ତଦନ୍ତ ସାପେକ୍ଷ।
ଯୁବକଙ୍କୁ ପ୍ରଥମେ ଗୁଳି କରି ହତ୍ୟା କରି ଏଠି ଫୋପାଡି ଦେଇଛି ବୋଲି ପୋଲିସ ପ୍ରକାଶ କରିଛି। ଅନ୍ୟ ପଟେ ଗତକାଲି ଏଚ କଟାପାଲି ଗ୍ରାମରେ ବାଏଲ ଯାତ୍ରା ହୋଇଥିବା ବେଳେ କଲେ ସେଠାକୁ ଏହି ଯୁବକ ବୁଲିବାକୁ ଆସିଥିଲେ ବୋଲି ଅନୁମାନ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ର ସମୟ ଓ କାରଣ ସ୍ପଷ୍ଟ ହୋଇ ପାରିବ ବୋଲି ପୋଲିସ କହିଛି।
ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ
