Type Here to Get Search Results !

ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ ଙ୍କ ସାଙ୍ଗରେ ବରିଷ୍ଠ ସାମ୍ବାଦିକ ତଥା ଲେଦା ର ସମ୍ପାଦକ ଙ୍କ ସୈାଜନ୍ୟ ମୂଳକ ସାକ୍ଷାତ

 

ବରଗଡ:-

ଜୀବନ ଯୈାବନ ଏକ ପାଣି ଫୋଟକା ମାତ୍ର lକେତେବେଳେ ଫୋଟକା ଟି ମିଳେଇ ଯିବ ତାହା ଠାକୁର ଙ୍କୁ ହିଁ ଜଣା lଆମ ଅଞ୍ଚଳ ର ସମ୍ବଲପୁରୀ ଭାଷା ର ପ୍ରସାର ଓ ପ୍ରଚାର କୁ ବିଶ୍ୱଦରବାର ରେ ପହଞ୍ଚାଇଥିବା ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ କୁ କିଏ ବା ନ ଜାଣେ lସେ ଜଣେ ଭାବୁକ,ଆଶୁକବି, ସଙ୍ଗିତ ନିର୍ଦ୍ଦେଶକ, ତଥା ଭଲ ଗାୟକ ଭାବେ ବିଶ୍ୱଦରବାର ରେ ପ୍ରଶଂସନୀୟ lଯେତେବେଳେ ରଙ୍ଗବତୀ ଗୀତ ଉନ୍ମୋଚିତ ହେଲା ସେଇ ସମୟ ରେ ପଶ୍ଚିମ ଓଡ଼ିଶା ର ସମସ୍ତ ଜନସାଧାରଣ ଜାଣିଥିଲେ ଯେ, ଆଜି ନ ହେଲେ କାଲି ଶ୍ରୀମାନ ହରିପାଲ ବିଶ୍ୱଦରବାର ରେ କୋଶଲ୍ ରାଜ୍ୟ ର ନାମ ରଖିବେ lସମୟ ଆସିଲା ସେଇୟା ହିଁ ହେଲା lଲୋକଙ୍କ ମୁହଁ ରୁ କଣ ବର୍ତ୍ତମାନ ମେଲୋଡି ମାନଙ୍କରେ ମଧ୍ୟ ରଙ୍ଗବତୀ ରେ ରେ ରଙ୍ଗବତୀ ଗୀତ ଝଙ୍କୁରୀତ ହେଉଛି lତାକୁ କାଟି ଆଜି ପର୍ଯ୍ୟନ୍ତ ଆଗେଇ ପାରିନି କିମ୍ବା ଏ ଭଳି କମ୍ପୋଜ ର ଗୀତ ସୃଷ୍ଟି ହୋଇ ପାରିନି lଶ୍ରୀ ଜିତେନ୍ଦ୍ରୀୟ ହରିପାଲ ପଶ୍ଚିମ ଓଡ଼ିଶା ର ଗର୍ବ ଓ ଗୌରବ କହିଲେ ଅତ୍ୟୁକ୍ତି ହେବ ନାହିଁ lଆଜି ହଠାତ୍ ପଦ୍ମପୁର ରେ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା ସମୟ ରେ ସମ୍ବଲପୁରୀ ଲେଦା ଫେସବୁକ ସଂପାଦକ ତଥା ପଶ୍ଚିମ ଓଡ଼ିଶା ର ବରିଷ୍ଠ ସାମ୍ବାଦିକ ଶ୍ରୀମାନ ନିରଞ୍ଜନ ତ୍ରିପାଠୀ ଙ୍କ ଙ୍କ ପାଖକୁ ଶ୍ରୀମାନ ହରିପାଲ ଫୋନ ରେ ଯୋଗାଯୋଗ କଲାପରେ ଶ୍ରୀମାନ ତ୍ରିପାଠୀ ଲେଦା ର ପ୍ରଥମ ସଂସ୍କରଣ ର ଖଣ୍ଡେ ପୁସ୍ତକ ଆଣି ତାଙ୍କ ହସ୍ତ ରେ ପ୍ରଦାନ କଲେ l ଶ୍ରୀମାନ ହରିପାଲ ଲେଦା ର କେଇଗୋଟି କବିତା କୁ ପଢିଲାପରେ କହିଲେ ଯେ, ଲେଦା ଅର୍ଥ ହେଉଛି ଦୁର୍ନୀତି କୁ ହଟାଇବା,ଲେଦା ଯେଉଁ ଫେସବୁକ ର କଳାପଟା ଆଜି ଆପଣ ସୃଷ୍ଟି କରିଚାଲିଛନ୍ତି ତାହା ଆଜି ନହେଲେ କାଲି ଏହାର ଉଦ୍ଦେଶ୍ୟ ଲୋକେ ବୁଝିପାରିବେ ବୋଲି ମତବ୍ୟକ୍ତ କରିଥିଲେ lବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସଦର ମହକୁମା ରେ ଥିବା ପୂର୍ତ୍ତବିଭାଗ ର ଡାକବଙ୍ଗଳା ଠାରେ ସୈାଜନ୍ୟ ମୂଳକ ସାକ୍ଷାତ ସମୟରେ ବରିଷ୍ଠ ସାମ୍ବାଦିକ ଶ୍ରୀମାନ ନିରଞ୍ଜନ ତ୍ରିପାଠୀ ଙ୍କ ସମ୍ପାଦନା ରେ ପ୍ରକାଶିତ ଲେଦା ସଂସ୍କାରଣ ର ଏକ ପୁସ୍ତକ ଦେଲା ସମୟ ରେ ଶ୍ରୀମାନ ହରିପାଲ ଆହୁରି କହିଛନ୍ତି ଯେ,ଲେଦା ପତ୍ରିକା ପଶ୍ଚିମ ଓଡ଼ିଶା ରେ ବେଶ ଆଦୃତ ହୋଇ ପାରିଛି,ତାର ଭବିଷ୍ୟତ ଉଜ୍ଜ୍ୱଳମୟ ହେବା ସାଙ୍ଗକୁ କୁ ଶ୍ରୀମାନ ତ୍ରିପାଠୀ ଜଣେ ବରିଷ୍ଠ ସାମ୍ବାଦିକ, ତାଙ୍କ ଲେଖନୀ ମୁନ ମୋ ଜାଣିବାରେ ଏକ ଶାଣିତ ତରବାରୀ ସଦୃଶ,ସତ୍ୟ ଓ ନିର୍ଭିକ ଭାବେ ମୋ ଦେଖିବାରେ ଛାତ୍ର ଜୀବନ ରୁ ସାମ୍ବାଦିକତା କୁ ନିଜର ନିଶା ଭାବେ ଆପଣେଇଛନ୍ତି lତାଙ୍କ କଲମ ମୁନ ଆଗକୁ ଆଗକୁ ସମାଜ କୁ ଦିଗଦର୍ଶନ ଯୋଗାଉଥାଉ, ଅସହାୟ ଲୋକେ ସରକାରୀ ସାହାଯ୍ୟ ପାଇଚାଲନ୍ତୁ ଏହାହିଁ କାମନା କରୁଛି lଶ୍ରୀମାନ ନିରଞ୍ଜନ ତ୍ରିପାଠୀ ସାମ୍ବାଦିକତା କ୍ଷେତ୍ରରେ ରେ ବେଶ ଅବଦାନ ପାଇଁ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରୁ ଅନେକ ସଂସ୍ଥା ତାଙ୍କୁ ସମ୍ମାନୀତ କରିଥିବାରୁ ମୁଁ ବେଶ୍ ଗର୍ବିତ ଅଟେ ବୋଲି ମତବ୍ୟକ୍ତ କରିଥିଲେ l

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.