କେନ୍ଦ୍ରାପଡ଼ା :-
କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଗରାପୁର କାଳୀ ମନ୍ଦିର ନିକଟରେ ଥିବା ଦି ପ୍ୟାଲେସ୍ ଠାରେ ଆଜି ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା NCC ଜାତୀୟ ସ୍ତରରେ ଉଚ୍ଚ ସ୍ତରୀୟ ରିଭ୍ୟୁ କମିଟିର ଚେୟାର ମ୍ୟାନ ଦାୟିତ୍ଵ ପାଇବା ପରେ କେନ୍ଦ୍ରାପଡ଼ା କୁ ପ୍ରଥମ ଗସ୍ତରେ ଆସିଥିବାରୁ ଜିଲ୍ଲା ବିଜେପି ତରଫରୁ ଦିନ ୧୦ ଟା ସମୟରେ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଜିଲ୍ଲା ବିଜେପି ର ସମସ୍ତ ବରିଷ୍ଠ ନେତୃବୃନ୍ଦ ,ଜିଲ୍ଲା ଟିମ ର ସଦସ୍ୟ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିନ୍ଦୁସାଗର ଦାସ , ଯୁବମୋର୍ଚ୍ଚା ସଦସ୍ୟ ବିଶ୍ୱଜିତ୍ ମହାପାତ୍ର ,ବିଘ୍ନେଶ ସେଠୀ ,ବିଶ୍ୱପ୍ରକାଶ ଓଝା ,ସୈାବାଲ୍ୟ ବାହାଲିଆ ,ପ୍ରକାଶ ପ୍ରଧାନ ଏବଂ ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମାନେ ଓ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଜିଲ୍ଲାର ସମସ୍ତ ବିଜେପି ସଂଗଠନ ତରଫରୁ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ମହୋଦୟଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । କେନ୍ଦ୍ରାପଡ଼ାରୁ ନିରଞ୍ଜନ ଓଝା ଙ୍କ ରିପୋର୍ଟ
