Type Here to Get Search Results !

ସୁନ୍ଦରଗଡ଼ ରେ ତେଜିଲା AIIMS ପ୍ରତିଷ୍ଠା ଦାବି

 

ସୁନ୍ଦରଗଡ଼ :-

ଆଜି ସୁନ୍ଦରଗଡ ଠାରେ AIIMS ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇଲେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ। ବିଭିନ୍ନ କ୍ଷେତ୍ରରେ ସୁନ୍ଦରଗଡ଼ କୁ ହିନ ଦୃଷ୍ଟିରେ ଦେଖୁଛନ୍ତି ରାଜ୍ୟ ସରକାର। AIIMS ସୁନ୍ଦରଗଡ଼ ର ଦାବି ନୁହଁ ଅଧିକାର ବୋଲି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ କୁହାଯାଇଛି। 

ଆଜିର ଏହି ଆନ୍ଦୋଳନ କୁ ସମର୍ଥନ ଜଣାଇଥିଲେ ସୁନ୍ଦରଗଡ଼ ବିଧାୟିକା ଶ୍ରୀମତୀ କୁସୁମ ଟେଟେ। ଏହାସହ ଅନେକ ସଂଗଠନ ଓ ରାଜନୈତିକ ଦଳ ଏବଂ ସୁନ୍ଦରଗଡ଼ ର ସ୍ଥାନୀୟ ଲୋକେ ମଧ୍ୟ ସମର୍ଥନ ଜଣାଇଥିଲେ ଏହି ଆନ୍ଦୋଳନ କୁ। ଜିଲ୍ଲା ଓକିଲ ସଂଘ, ଜିଲ୍ଲା ବିଜେପି, ଜିଲ୍ଲା କଂଗ୍ରେସ, ଶ୍ମଶାନ ବନ୍ଧୁ, ମିଶନ AIIMS, ଆଦି ଅନେକ ସଂଗଠନ ଏଥିରେ ସ୍ଵତଃ ଭାଗ ନେଇଥିବା ଦେଖିବାକୁ ମିଳିଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦ୍ୟେଶ ରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.