Type Here to Get Search Results !

ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ସ୍ମୃତିସଭା ଓ ଦ୍ୱୀପ ଦାନ


ଜଗତସିଂହପୁର :- 

ଜଗତସିଂହପୁର ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ୟୁନିୟନ ପକ୍ଷରୁ ଗତ କାଲି ସନ୍ଧ୍ୟାରେ ଦୁର୍ଦ୍ଧଶ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସ ଏବଂ ଜଗତସିଂହପୁର ଜିଲ୍ଲାର ପୂର୍ବତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱର୍ଗତ ପିତାମ୍ବର ସ୍ୱାଇଁ ଙ୍କ ଅମର ଆତ୍ମାର ସଦଗତି କାମନା କରି ସମୂହ ଦ୍ୱୀପ ଦାନ ଓ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକ ଶୁଭଙ୍କର ଜେନା, ରମାକାନ୍ତ ଦାଶ, ପିନାକୀ ମହାନ୍ତି, ଶଶାଙ୍କ ଶେଖର ପଣ୍ଡା,ଆର୍ତ୍ତତ୍ରାଣ ପତି, ପ୍ରଭାତ ମହାନ୍ତି, ଜ୍ୟୋତି ରଂଜନ ପରିଡ଼ା, ସରୋଜ କାନ୍ତ ସାହୁ, ବିପିନ ସେଠୀ, ସରୋଜ କୁମାର ନାୟକ, ତପନ ରାଉତରାୟ, ତାରାପଦ ମହାନ୍ତି, ରମେଶ ମହାନ୍ତି,ସତ୍ୟବ୍ରତ ସାମଲ,ପ୍ରତାପ କୁମାର ସିଂ, ତପନ କୁମାର ଦାସ,ସାରଦା ଦାସ, ସଂଗ୍ରାମ କେଶରୀ ପଟ୍ଟନାୟକ, ବାସୁଦେବ ବେହେରା, ପ୍ରଶାନ୍ତ ମଲ୍ଲିକ, ଜ୍ୟୋତି ପ୍ରକାଶ ନାୟକ, ଶିକ୍ଷକ ରଞ୍ଜନ ମହାନ୍ତି, ଅରୁଣ ମହାରଣା,ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଅରିନ୍ଦମ ଙ୍କ ସ୍ମୃତି ଚାରଣ କରିଛନ୍ତି। ଯେଉଁଭଳି ଭାବେ ସାହାସି ସାମ୍ବାଦିକ ଅରିନ୍ଦମଙ୍କର ଖବର ସଂଗ୍ରହ କରିବା ସମୟରେ ଦୁର୍ଘଟଣା ଘଟି ନିଧନ ଘଟିଥିଲା, ତାହା ରାଜ୍ୟର ସାମ୍ବାଦିକତା କ୍ଷେତ୍ର ସମେତ ସାରା ରାଜ୍ୟବାସୀ ଙ୍କୁ ସ୍ତବ୍ଧ କରିଥିଲା।ତାଙ୍କର କାର୍ଯ୍ୟଶୈଳୀ ତଥା ସାମ୍ବାଦିକତା ର ଢାଞ୍ଚା ସମସ୍ତ ସମ୍ବାଦପ୍ରେମୀଙ୍କୁ ଆନ୍ଦୋଳିତ କରିଛି। ତାଙ୍କ ନିଧନ ରେ ତାଙ୍କ ପରିବାର ଓ ଆତ୍ମୀୟସ୍ୱଜନଙ୍କୁ ଭଗବାନ ସହାୟ ହେବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିୟନ ର ସଦସ୍ୟ ମାନେଉପସ୍ଥିତ ଥିଲେ। 

ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.