Type Here to Get Search Results !

ସାମ୍ବାଦିକ ମାନଙ୍କ ଦ୍ଵାରା ଶ୍ରଦ୍ଧାଞ୍ଜଳି ଏବଂ କେଣ୍ଡାଲ ଶୋଭାଯାତ୍ରା


 ଧାମନଗର :-

ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳରେ ସାମ୍ବାଦିକ ମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଏବଂ କେଣ୍ଡାଲ ଶୋଭାଯାତ୍ରା କରାଯାଇଛି। ଅପରେସନ ଗଜରାଜ ରେ ପ୍ରାଣ ହରାଇଥିବା ଓଟିଭି ର ଚିଫ ରିପୋର୍ଟର ଅରିନ୍ଦମ ଦାସ, ଓଡ୍ରାଫ ଟିମ ର କାର୍ଯରତ ସିତରାମ ମୁର୍ମୁ ଙ୍କ ବିୟୋଗରେ ଧାମନଗର ସାମ୍ବାଦିକ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଉକ୍ତ ସଭାଟି ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପ୍ରଦୀପ କୁମାର ବାରିକ, ଶିଶିର କୁମାର ସ୍ବାଇଁ, ବିଜୟ କୁମାର ସାମଲ, ସଞ୍ଜୀବ ମହାନ୍ତି, ବିଶ୍ୱଜିତ ପଳାଇ,ରଞ୍ଜନ କୁମାର ମଳିକ,ମହମ୍ମଦ ଜାବିର, କାହ୍ନୁ ଚରଣ ଜେନା ଯୋଗ ଦେଇଥିଲେ। ପରେ କେଣ୍ଡାଲ ଶୋଭାଯାତ୍ରାରେ ବାହାରି ଧାମନଗର କୋର୍ଟ ସ୍ଥିତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ ଏବଂ ସେଠାରେ ସଭାପତି ଙ୍କ ସମେତ ଅନ୍ୟ ସାମ୍ବାଦିକ ମାନେ ଅରିନ୍ଦମ ଦାସ ଙ୍କର କାର୍ଯ୍ୟ ଦକ୍ଷତା, ଲୋକପ୍ରିୟତା ଏବଂ ନିରପେକ୍ଷ ସାମ୍ବାଦିକତା ଉପରେ ବକ୍ତବ୍ୟ ରଖିଥିଲେ। ପରେ ସଭାପତି ବିରେନ୍ଦ୍ର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.