Type Here to Get Search Results !

ପୁଲିସ ମହାନିର୍ଦ୍ଦେଶକ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

 

କେନ୍ଦ୍ରାପଡ଼ା :-

ଓଡିଶା ସୂଚନା ଅଧିକାର ଅଭିଯାନର କେନ୍ଦ୍ରାପଡା ଜିଲ୍ଲା ଓ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ଓ କେନ୍ଦ୍ରାପଡା ସେବା ସମିତି, ଭାରତୀୟ ମାନବିକ ଅଧିକାର ସଂଘ, କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମୁଖ୍ୟ ଇତ୍ୟାଦି ସାମାଜିକ ସଂଗଠନ ମାନଙ୍କ ତରଫରୁ ମିଳିତ ଭାବରେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସ ଆଗରେ ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ ଓ ସାଥୀଙ୍କ ନାମରେ ଦଳିତ ମହିଳା ଙ୍କୁ ବ୍ୟବହାର କରି ଦିଆ ଯାଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ସହ ଅଭିଯୋଗ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।ଦୁର୍ନୀତି ବିରୋଧରେ ଲଗାତାର ୧୫ବର୍ଷ ଧରି ଲଢେ଼ଇ ଜାରି ରଖିଥିବା ତଥା ସରକାର ଙ୍କ ବିଭିନ୍ନ ଦୁର୍ନୀତି ଲୋକଲୋଚନକୁ ଆଣି ସରକାରଙ୍କ ମୁଖା ଖୋଳୁଥିବା ଯୋଗୁ କିଛି ଦଲାଲ ଜମି ମାଫିଆ ଶିକ୍ଷା ମାଫିଆ ଓ ଲୁଟେରାଙ୍କ ମିଳି ଭାଗତରେ ସୂଚନା ଅଧିକାର କର୍ମୀ ମାନଙ୍କ ସ୍ୱର ଚାପିବାକୁ ହୀନ ପ୍ରୟାସ କରୁଛନ୍ତି।ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡା ଜିଲ୍ଲା ସୂଚନା ଅଧିକାର ଅଭିଯାନର ଜିଲ୍ଲା ଆବହକ ପ୍ରତାପ ମହାନ୍ତିଙ୍କ ସହ ପ୍ରକାଶ ଦାସ,ବିନୟ ମଳିକ,ସୋମନାଥ ବାରିକ, ଚନ୍ଦନ ବାରିକ, ପବିତ୍ର ପାଣି, ମଧ୍ୟବିତ୍ତ ପରିବାର ତରଫରୁ ଜିଲ୍ଲା ସଭାପତି ନିରଞ୍ଜନ ପରିଡାଙ୍କ ସହ ହରେକୃଷ୍ଣ ପାତ୍ର ଓ ଚିତ୍ର ସେନ ମଣ୍ଡଳ ,ଭାରତୀୟ ମାନବିକ ଅଧିକାର ସଂଗଠନ ତରଫରୁ ଚିତ ରଂଜନ ବେହୁରା, କେନ୍ଦ୍ରାପଡା ସେବା ସମିତି ତରଫରୁ ମନୋଜ ନାୟକ, ଭାଗିରଥି ଜେନା ,ଆଇନଜୀବି ପ୍ରଦୀପ ଦାସ ଇତ୍ୟାଦି ଯୋଗ ଦେଇଥିଲେ ।

କେନ୍ଦ୍ରାପଡ଼ା ରୁ ମନୋରଞ୍ଜନ ପରିଡା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.