ବରଗଡ଼ :-
ବରଗଡ଼ ଜିଲ୍ଲା ଅତାବିରାବ୍ଲକ ଲାଦେର ପାଲି ରଣେଶ୍ୱର ରାମଚଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ରାଜ୍ ମିଡ଼ିଆ,ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କ ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ପଶ୍ଚିମ ଓଡିଶା ବ୍ୟୁରୋ ଚିଫ ନବୀନ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଉତ୍ସବ-୨୦୨୧ ରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଧନୁଯାତ୍ରା ମହୋତ୍ସବ ର କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଗାନ୍ଧି ମେମୋରିଏଲ କଳାପାଣି କଲେଜ ର ପ୍ରାଧ୍ୟାପକ ମୋହନ ସାହୁ,ସମ୍ମାନିତ ଅତିଥି ଅତାବିରା ତହସିଲଦାର ଦୁର୍ଯୋଧନ ଭୋଇ,"ଦ କମନ ଟାଇମସ"ର ର ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ,ଅବସର ପ୍ରାପ୍ତ ଶିକ୍ଷକ କୈଳାଶ ମହାରଣା ଯୋଗ ଦେଇଥିଲେ।ସେହିପରି ମଞ୍ଚ ପରିଚାଳନା ଦାୟିତ୍ବ ରେ ଗବେଷକ ଲୋକ ସାହିତ୍ୟ ଡ଼ଃ ଅଜିତ କୁମାର ନାଥ ଓ ସ୍ୱାଗତ ଭାଷଣ ରେ ରାଜ୍ ମିଡ଼ିଆ ର ଯାଜ୍ଞସେନୀ ରହିଥିଲେ।ଏଥିରେ ସର୍ଵ ପ୍ରଥମେ ମାଁ ରଣେଶ୍ବର ରାମଚଣ୍ଡୀ ଙ୍କ ଠାରେ ପୂଜାର୍ଚ୍ଚନା ପୂର୍ବକ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ସଭାରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମାଁ ସମଲେଇ ଙ୍କ ଠାରେ ଦ୍ବୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ଏଥିରେ ବରିଷ୍ଠ କଳାକାର ସମ୍ମାନ ଭୁବନେଶ୍ୱର ପଧାନ,ସମ୍ବଲପୁରୀ ନାଟ୍ୟ ସମ୍ମାନ ମୋହନ ସାହୁ,ଲୋକ ସଂସ୍କୃତି ସମ୍ମାନ ଡ଼ଃ ଅଜିତ କୁମାର ନାଥ,ବିଦ୍ରୋହୀ କବି ସମ୍ମାନ କୈଳାଶ ମହାରଣା,ବରିଷ୍ଠ ସାମ୍ବାଦିକ ସମ୍ମାନ ରମାକାନ୍ତ ବିଶ୍ୱାଳ, ପ୍ରକୃତି ବନ୍ଧୁ ସମ୍ମାନ ଅମୃତ କୁମାର ବାରିକ,କରୋନା ଯୋଦ୍ଧା ସମ୍ମାନ ଭବାନୀ ଶଙ୍କର ପାଢ଼ୀ,ପଶ୍ଚିମ ଓଡିଶା ଯୁବା ମଞ୍ଚ,ମାହେଶ୍ୱରୀ ସେନା କୁରୁଆଁ,ନିଷ୍ଠା ପରିବାର ବରଗଡ଼,ଯୁବ କବି ସମ୍ମାନ ଦୁର୍ଲ୍ଲଭ ଗଡ଼ତୀୟା ଓ କିଶୋର ଚନ୍ଦ୍ର ପାତ୍ର ଙ୍କୁ ପୁଷ୍ପ ଗୁଚ୍ଛ ସହ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା।ଦ୍ଵିତୀୟ ପର୍ଯ୍ୟାୟ ରେ ମନୋରଞ୍ଜନ ପାଇଁ ଯୁବ କବି ଆଶିଷ ଜ୍ୟୋତିଷ କବିତା ପାଠ କରିଥିଲେ ।ବିଭିନ୍ନ ପ୍ରକାର ନାଚ,ଗୀତ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିଲା।ଅତାବିରା କୁଠିଶାଳ,କରମ ସାନି ଅମୃତ ବାରିକ ଟିମ,ନଟରାଜ କଳା ପରିଷଦ,ମାଁ ମାହେଶ୍ୱରୀ ଦୁଲୁଦୁଲି ଅଂଶ ଗ୍ରହଣ କରି ସମ୍ମାନିତ ହୋଇଥିଲେ।ବିଭିନ୍ନ କ୍ଷେତ୍ରରେ କଳାର ପାରଦର୍ଶିତା ପାଇଁ ମନୋଜ କୁମାର ଭୋଇ,ବାଦ୍ୟକାର ଜୟ ନାରାୟଣ ମିଶ୍ର,ସଞ୍ଜୟ କୁଅଁର,ଫାଶୀ ସମ୍ବଲପୁରୀ ଟେଲି ଫିଲ୍ମ ର ନିର୍ଦେଶକ ଲଳିତ କୁମାର ସାହୁ ଙ୍କୁ ସମ୍ମାନିତ କରିବା ସଙ୍ଗେ ଏକ ସ୍ୱତନ୍ତ୍ର ଭାବେ ଦେଶ ମାତୃକାର ସେବା କରି ଶହୀଦ ହୋଇଥିବା ଦେବେନ୍ଦ୍ର ପଣ୍ଡା ଓ କୌଶଲ କିଶୋର ପ୍ରଧାନ ଙ୍କ ପରିବାର କୁ ଶହୀଦ ସ୍ମାରକୀ ସମ୍ମାନ ଦିଆଯାଇଥିଲା।ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ଡ଼ଃ ଅଜିତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

