ଝାରସୁଗୁଡ଼ା :-
ଝାରସୁଗୁଡ଼ା LIC କାର୍ଯ୍ୟାଳୟ ଠାରେ ଜୁନ ୧୫ ତାରିଖ ରୁ ଜୁନ ୩୦ ପର୍ଯ୍ୟନ୍ତ ଏଜେଣ୍ଟ ମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି। ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ସମସ୍ତ ଏଜେଣ୍ଟମାନେ ୨୦ ଦଫା ଦାବିରେ ଆଜି ଝାରସୁଗୁଡ଼ା LIC କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଏଜେଣ୍ଟମାନେ କୋରୋନା କାଳରେ ମଧ୍ୟ ନିଜ କାର୍ଯ୍ୟ ସମ୍ପାଦନ କରିଥିଲେ। ତେବେ ଏହା ଦ୍ଵାରା ଦେଶରେ ୩୦୦୦ ରୁ ଅଧିକ LIC ଏଜେଣ୍ଟଙ୍କ ମୃତ୍ୟୁ କୋରୋନା ପାଇଁ ହୋଇଛି। କିନ୍ତୁ LIC ସେମାନଙ୍କ ପରିବାର କୁ ସହାୟତା ଯୋଗାଇ ଦେବା ରେ ବିଫଳ ହୋଇଛି । ପୂର୍ବରୁ ଚାଲିଥିବା କମିଶନ ର ଏ ପର୍ଯ୍ୟନ୍ତ ସଂଶୋଧନ ହୋଇନାହିଁ। ଏହାସହ କୋରୋନା ସମୟରେ ଗ୍ରାହକଙ୍କ ଫାଇନ କୁ କୋହୋଳ କରିବା ଦାବି ରଖିଛନ୍ତି ଅଲ୍ ଇଣ୍ଡିଆ LIC ଏଜେଣ୍ଟ ଫୋରମ୍। ତେବେ ଏହି ସବୁ ଦାବି ଯଥା ସମ୍ଭବ ପୂରଣ ନ କଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଘ୍ ପକ୍ଷରୁ କୁହାଯାଇଛି।
ଝାରସୁଗୁଡ଼ା ରୁ ସୁରେଶ୍ କଲତା ଙ୍କ ରିପୋର୍ଟ