କୁଜଙ୍ଗ :-
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ପାଟପୁର ବଜାର ନିକଟସ୍ଥ ବଡ଼ବନ୍ଧ ରେଲୱେ ଷ୍ଟେସନ ରେ ଏକ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର କରାଯାଇଛି ! ସୂଚନା ମୁତାବକ ସୋମ୍ୟରଞ୍ଜନ ଦାସ ନାମକ ଯୁବକ ଟାୱାର ମେଣ୍ଟେନାସ ରେ କାମ କରୁଥିଲେ, ସୋମ୍ୟରଞ୍ଜନ ଏତେ ବ୍ୟସ୍ତ ଥିଲେ ଯେ ତାଙ୍କ ଘରୁ ଫୋନ ଆସିଲେ ବି ଭଲ ଭାବରେ କଥା ହେଉନଥିଲେ, ଘରଲୋକଙ୍କୁ କହୁଥିଲେ ମୁଁ ବ୍ୟସ୍ତ ଅଛି ପରେ କଥାହେବି,ହେଲେ ସୋମ୍ୟରଞ୍ଜନ ଏମିତି କି କାମ କରୁଥିଲେ ଯେ ଏତେ ବ୍ୟସ୍ତ ଓ ଚାପ ଭିତରେ ସବୁଦିନ ରହୁଥିଲେ ଯେ ନିଜ ଘର ଲୋକଙ୍କ ସାଙ୍ଗେ କଥା ହେଇପାରୁନଥିଲେ ?ସୋମ୍ୟରଞ୍ଜନ ଘରକୁ ଯିବାକଥା ତାଙ୍କ ସାର କୁ ଜଣାଇଥିଲେ ହେଲେ ସାର ତାଙ୍କୁ , ଘରକୁ ଛାଡ଼ିନଥିଲେ, ହେଲେ ଏହି ଘଟଣା ପରେ ସୋମ୍ୟରଞ୍ଜନ ଖଣ୍ଡ ବିଖଣ୍ଡିତ ହୋଇ ବଡ଼ବନ୍ଧ ରେଲୱେ ଷ୍ଟେସନ ପାଖରେ ପଡିଥିଲା, ସୋମ୍ୟରଞ୍ଜନ ଙ୍କ ପରିବାର ଲୋକେ ସେଠାରେ ପହଂଚି ହତ୍ୟା ସଂନ୍ଦେହେ କରି କୁଜଙ୍ଗ ଥାନାରେ ଏତଲା ଦେବାକୁ ଯାଇଥିବାରୁ କୁଜଙ୍ଗ ଥାନାବାବୁ ଏତଲା ରଖିବାକୁ ମନାକରି ଦେଇଥିଲେ କହିଥିଲେ GRP ଥାନା ରେ ଏତଲା ଦେବାକୁ ଏତଲା ଦେବାପରେ ଶବକୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛଦ ପାଇଁ ପଠାଯାଇଥିଲା,ସୋମ୍ୟରଞ୍ଜନ ଖୋର୍ଦ୍ଧା ଜିଲ୍ଲା ର ଓଳସିଂହ ଗ୍ରାମର ବୋଲି ଜଣାପଡିଛି ଏ ନେଇ GRP ପୋଲିସ ଅଧିକ ତଦନ୍ତ କରି ଏହା ହତ୍ୟା ନା ଆତ୍ମହତ୍ୟା ଏହାର ସତ୍ୟା ସତ ଜଣାପଡିବ ବୋଲି କହିଛନ୍ତି
ଜଗତସିଂହପୁର ରୁ ଜଗନ୍ନାଥ ମାଲିକ ଙ୍କ ସହ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ