Type Here to Get Search Results !

ଯୁକ୍ତ୨ ବିକଳ୍ପ ମୂଲ୍ୟାୟନ | ଆଜି ବସିଲା ବିଶେଷଜ୍ଞ କମିଟିର ତୃତୀୟ ବୈଠକ |


ଭୁବନେଶ୍ୱର :-

 ଯୁକ୍ତ୨ ବିକଳ୍ପ ମୂଲ୍ୟାୟନଯୁକ୍ତ୨ ବିକଳ୍ପ ମୂଲ୍ୟାୟନ | ଆଜି ବସିଲା ବିଶେଷଜ୍ଞ କମିଟିର ତୃତୀୟ ବୈଠକ |  ନିଷ୍ପତ୍ତି ନେଇ ଅନିଶ୍ଚିତତା ଲାଗିରହିଥିବା ବେଳେ ତୃତୀୟ ବୈଠକ ସମାପ୍ତ ହୋଇଛି | ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ୧୪ ଜଣିଆ ବିଶେଷଜ୍ଞ କମିଟିକୁ ପରିଷଦ ପକ୍ଷରୁ କୁହାଯାଇଥିଲା | ତେବେ ଆଜି କଣ୍ଟ ପୂରିଥିଲେ ମଧ୍ୟ ବିଶେଷଜ୍ଞ କମିଟିର ସଦସ୍ୟମାନେ ବିକଳ୍ପ ମୂଲ୍ୟାୟନ ପାଇଁ ନିର୍ଦ୍ଧାରିତ ମାପଦଣ୍ଡ ପ୍ରସ୍ତୁତ କରିପାରି ନାହାନ୍ତି | ଦୁଇ ଥର ବୈଠକ ବସିଥିଲେ ମଧ୍ୟ ସଦସ୍ୟମାନେ କିଛି ବି ନିର୍ଯ୍ୟାସରେ ପହଞ୍ଚିପାରି ନ ଥିବାରୁ ବୁଧବାର ବୈଠକ ଡକାଯାଇଥିଲା | ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଅପରାହ୍ନରେ ବସିବାକୁ ଥିବା ଏହି ବୈଠକରେ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ | ବୈଠକରେ ମୂଲ୍ୟାୟନର ରୂପରେଖ ଚୂଡ଼ାନ୍ତ ହେବା ସହ କେଉଁ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ ସେନେଇ ନିଷ୍ପତ୍ତି ନିଆଯାଇଛି | କିନ୍ତୁ ଏହି ବୈଠକରେ କମିଟି ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ଦେଇ ପାରିନି। ମିଟିଂ ରେ ବିଭିନ୍ନ ପ୍ରକାର ପ୍ରୋପୋଜାଲ୍ ଆସିଛି।ସେଥିରୁ କିଛି ପ୍ରୋପୋଜାଲ କୁ ଆଖି ଆଗରେ ରଖା ଯାଇଥିବା ସୂଚନା। ସୂଚନା ଅନୁସାରେ ଆସନ୍ତାକାଲି ପୁଣି ବସିପାରେ ବୈଠକ।ଆସନ୍ତା କାଲି ନିଷ୍ପତ୍ତି ଆସିବାର ରହିଛି ସମ୍ଭାବନା। 

ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.