Type Here to Get Search Results !

ରାଜ୍ୟ ୱେବ୍ ମିଡ଼ିଆ ସଂଘ ପକ୍ଷରୁ ପୁରୀ ଜିଲ୍ଲା ରେ ବୈଠକ

 

ପୁରୀ :-

ଆଜି ପୁରୀ ଜିଲ୍ଲା ରେ ରାଜ୍ୟ ୱେବ୍ ମିଡ଼ିଆ ସଂଘ ର ପ୍ରଥମ ଜିଲ୍ଲା ସ୍ଥରିୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। କୋଣାର୍କ ସ୍ଥିତ ମା ଭଗବତୀ ପୀଠ ରେ ଆଜି ଏହି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟ ସାଧାରଣ ସମ୍ପାଦକ ବିଦ୍ୟୁତ୍ ଲତା ମହାନ୍ତି ଙ୍କ ସଭାପତିତ୍ଵ ରେ ଆୟୋଜିତ ବୈଠକ ରେ ରାଜ୍ୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗ ଦେଇ ଥିଲେ ।ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାସ, ଉପ ସଭାପତି ବନଯିତ୍ ମହାନ୍ତି,   ସମ୍ପାଦକ ବିନାୟକ ବେହେରା,  କୋଷାଧ୍ୟକ୍ଷ  ସତ୍ୟଜିତ୍ ମହାନ୍ତି ପ୍ରମୁଖ ଯୋଗ ଦେଇ ୱେବ୍  ମିଡ଼ିଆ ପ୍ରତି ନିଧି ମାନ ଙ୍କ ର ବିଭିନ୍ନ ବିଷୟ ରେ  ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ବେହେରା ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ଆଜିର ବୈଠକ ରେ ପୁରୀ ଜିଲ୍ଲା ଲାଗି ନୂତନ କର୍ମ କର୍ତ୍ତା ଚୟନ କର ଯାଇଥିଲା । ସଭାପତି ଭାବେ ପ୍ରଦୀପ କୁମାର ଚାନ୍ଦ, ଉପ ସଭାପତି ଭାବେ ବସନ୍ତ କୁମାର ଦାସ,  କୋଷାଧ୍ୟକ୍ଷ ଭାବେ ଶିଶିର କୁମାର ସ୍ୱାଇଁ,  ସମ୍ପାଦକ ଭାବେ ଜଗବନ୍ଧୁ ମିଶ୍ର ଓ ସହ ସମ୍ପାଦକ ଚୟନ  ହୋଇଥିଲା ।ଏହା ଆସନ୍ତା ବୈଠକ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ କାର୍ଯ୍ୟ କରିବେ । ପରବର୍ତ୍ତୀ ବୈଠକ ରେ ଏହା ଦୃଢ଼ି କରନ କରାଯିବ ବୋଲି  ରାଜ୍ୟ ସଭାପତି ସୂଚନା ଦେଇଥିଲେ । ପୁରୀ ରୁ ପ୍ରଦୀପ କୁମାର ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.