ପଦ୍ମପୁର :-
ଆଜି ଆର୍ନ୍ତଜାତୀୟ ଯୋଗ ଦିବସ,୨୦୧୫ ମହିଳା ୨୧ ଭାରତର ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଟାରେ ଜାତି ସଂଘ ଯୋଗକୁ ଆର୍ନ୍ତଜାତୀୟ ମାନ୍ଯତା ପ୍ରଦାନ କରିଛି । ସାରା ବିଶ୍ବ ଯୋଗ ର ମହତ୍ବ ବୁଝି ପାରିଲା ଏବଂ ଆଜିର ଏହି ଦିନକୁ ଆର୍ନ୍ତଜାତୀୟ ଯୋଗ ଦିବସ ରୂପେ ପାଳନ କରା ଯାଉଛି । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଯୋଗ ର ଉପାଦେୟତା ବଢି ଚାଲିଛି । ଏଣୁ ସୁସ୍ଥ ସ୍ବାସ୍ଥ୍ଯ ପାଇଁ ପ୍ରତ୍ୟେକ ସ୍ତରରେ ଯୋଗ,ପ୍ରାଣୀୟମ ଓ ବାୟାମ କୁ ଲୋକ ପ୍ରିୟତା କରାଇବା,ସାଧାରଣ ଲୋକଙ୍କ ପାଖରେ ଏ ବାର୍ତ୍ତା ପହଞ୍ଚ ଚାଇବାରେ ଉଦ୍ଦେଶ୍ଯ ନେଇ ଆଜି ଆର୍ନ୍ତଜାତୀୟ ଯୋଗ ଦିବସ ଅବସର ରେ ପାଇକମାଲ ଠାରେ ବିଜେପି ବରଗଡ ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲ,ରାଜ୍ଯ କୃଷକ ମୋର୍ଚ୍ଚା କାର୍ଯ୍ଯ କାରିଣୀ ସଦସ୍ଯ ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଯୋଗୀନ୍ଦ୍ର ଭୋଇ,ପାଇକମାଲ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀ,ସତ୍ଯ ନାରାୟଣ ବେହେରା,ଇନ୍ଦ୍ରଜିତ ଭୋଇ, ବରିଷ୍ଠ ସମାଜ ସେବୀ ଶ୍ରୀ କ୍ଷେତ୍ର ଲୁହାର ପ୍ରମୁଖ ଉପସ୍ଥିତ ରହିଥିଲେ । ପାଇକମାଲ ସରକାରୀ ଚିକିତ୍ସାଳୟ ପରିସର ରେ ଅନୁଷ୍ଠିତ ଯୋଗ ଶିବିର ସ୍ଥାନୀୟ ଯୋଗଗୁରୁ ଦେବେନ୍ଦ୍ର ସାହୁ,ତ୍ରିଲୋଚନ ଭୋଇଙ୍କ ମାର୍ଗ ଦର୍ଶନରେ,ପତାଞାଳୀ ଯୋଗ ସମିତିର କାର୍ଯ୍ଯକର୍ତ୍ତା,ବ୍ଯବସାୟୀ ସଂଘ ର କାର୍ଯ୍ଯକର୍ତ୍ତା ସମେତ ସରକାରୀ ଚିକିତ୍ସାଳୟର ଫାର୍ମସିଷ୍ଟ ଶ୍ରୀ ଚିତ ରଞ୍ଜନ ଦାଶ,ପାଇକମାଲ ଥାନା ଅଧିକାରୀ ବିଶ୍ବଜିତ ମନବୋଧ ଏବଂ ସ୍ଥାନୀୟ ମାନ୍ଯଗଣ୍ଯ ବ୍ଯକ୍ତିଙ୍କୁ ନେଇ ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ କରା ଯାଇଥିଲା । ଆର୍ନ୍ତଜାତୀୟ ଯୋଗ ଦିବସ ଶିବିରକୁ ମୁଖ୍ଯ ବ୍ଯବସ୍ଥାପକ ଭାବେ ସୁମିତ ଅଗ୍ରୱାଲ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ଯକୁ ବ୍ୟବସ୍ଥିତ ରୂପେ ସଂଗଠିତ କରାଇ ଥିଲେ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ