Type Here to Get Search Results !

ଅଜଣା ଲୋକର ଗଳୀତ ମୃତ ଦେହ ଉଦ୍ଧାର


ଧାମନଗର :-

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୂସୁରି ଥାନା ଅଧୀନରେ ଥିବା ବାଙ୍କସାହି ଗ୍ରାମ ନିକଟରେ ଥିବା ରେବ ନଦୀ କଡ଼ରେ ଗୋଟିଏ ମୃତ ଦେହ ପଡିରହିଥିଲା। ଉକ୍ତ ଗ୍ରାମର ପିଲାମାନେ ସେହି ନଦୀ ନିକଟକୁ ଆସିଥିବା ସମୟରେ ଏହି ମୃତ ଦେହକୁ ଦେଖିଥିଲେ ଏବଂ ଧୂସୁରି ଥାନାକୁ ଅବଗତ କରାଇଥିଲେ। ଥାନା ଅଧିକାରୀ ଉକ୍ତ ଘଟଣାର ଖବର ପାଇ ଶବ ଟିକୁ ଉଦ୍ଧାର କରିଥିଲେ।  ମୃତକ ଙ୍କ ମୁହଁରେ ମାଡ଼ ହେଇଥବା ହେତୁ ମୃତକ ଜଣକୁ ଚିହ୍ନଟ କରାଯାଇ ପାରି ନାହିଁ।  ଉକ୍ତ ଘଟଣା କୁ କେନ୍ଦ୍ର କରି ଧୂସୁରି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.