Type Here to Get Search Results !

ଜନସ୍ବାର୍ଥ ମାମଲା ରୁଜ କରିବା ପାଇଁ ସଜବାଜ ହେଲେଣି ଚାଷୀ

 


ସାକ୍ଷୀଗୋପାଳ : - 

ରତ୍ନଚିରା ଜଳ ନିଷ୍କାସନ ପ୍ରଣାଳୀର ନୂଆଗାଁ ଦକ୍ଷିଣ ପାଶ୍ୱର୍ ଖଲାସି ଡ୍ରେନେଜର ପୁନରୁଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୪ କୋଟି ଟଙ୍କା ଅର୍ଥ ବରାଦ କରାଯାଇଛି । ହେଲେ ଡ୍ରେନେଜ ସଫେଇ ନାମରେ ବ୍ୟାପକ ଅନିୟମିତତା କରାଯାଇଛିବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଚାଷୀ ମାନେ ଏକାଠି ହୋଇ ଆନ୍ଦୋଳନ ପାଇଁ ସଜବାଜ ହେବା ସହ ଉଚ୍ଚ ନ୍ୟାୟଳୟରେ ଏକ ଜନସ୍ବାର୍ଥ ମାମଲା ରୁଜ କରିବା ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି । ଏହି ଖଲାସି ନାଳ ଯେଉଁପରି ଭାବେ କାମ ହୋଇଛି ତହା ନକହିବା ଭଲ । ଗୋଟିଏ ଅସରା ବର୍ଷା ହେଲେ ମାଟି ସବୁ ଧୋଇକି ଉକ୍ତ ନାଳରେ ପଶି ଯାଉଛି । ଯାହାକି ଆଗ ଅପେକ୍ଷା ନାଳ ପୋତି ହୋଇଯାଉଛି ବୋଲି ଚାଷୀ ମାନେ କହନ୍ତି ।

ଚାଷୀ ମାନେ ଯାହା କିଛି ଧାନ ପାଉଥିଲେ ଚଳିତବର୍ଷ ସେତିକି ଧାନ ପାଇବେ ନାହିଁ ବୋଲି ସନ୍ଦେହରେ ରହିଛନ୍ତି । ଏହାକୁ ନେଇ ଚାଷୀ ମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କୁ ଜଣାଇଥିଲେ । ଚାଷୀ ମାନଙ୍କ ଠାରୁ ଅଭିଯୋଗ ପାଇବା ପରେ ଓମ ପ୍ରକାଶ ମିଶ୍ର, ଦୀପକ ଶତପଥୀ, ରତିକାନ୍ତ ମିଶ୍ର, ସୁବାଷ ଚନ୍ଦ୍ର ଜେନା, କମଳା କାନ୍ତ ମିଶ୍ର, ବୃନ୍ଧାବନ ମହାପାତ୍ରଙ୍କ ସହିତ ସତ୍ୟ ନାରାୟଣ ମହାପାତ୍ର ଓ ଉକ୍ତ ଅଞ୍ଚଳର ଶତାଧିକ ଚାଷୀ ମାନେ କରାଯାଇଥିବା କାମ ବୁଲି ଦେଖିଥିଲେ । କାର୍ଯ୍ୟକୁ ଯିଏ ଦେଖିବ ସେ କହିବ କିପରି ରାଜ୍ୟ ସରକାରଙ୍କ ଅର୍ଥ ତୋଷାରପାତ କରାଯାଉଛି । ବିଶେଷ କରି ରାୟଖଣ୍ଡି, ମହୁରା, ବଳରାମପୁରଗଡ, ଉଛୁପୁର ଆଦି ଗ୍ରାମ ପଞ୍ଚାୟତର ଶହ ଶହ ଏକର ଜମି ପାଣି ନିଷ୍ପାସନ ନ ହୋଇ ପାରି ଜଳମଗ୍ନ ହୋଇ ପଡୁଛି । ଏଠାରେ ସ୍ଥାୟୀ ପ୍ରତିକାର କରିବା ପାଇଁ ବାରଧ୍ର ଚାଷୀ ମାନେ ଦାବି କରିଆସୁଥିଲେ । ଚାଷୀ ମାନଙ୍କ ଦାବିକୁ ସରକାର ଗ୍ରହଣ କରି ଉକ୍ତ ସଫେଇ ନାଳ ପାଇଁ ଟେଣ୍ଡର କରାଯାଇଛି । ଏହି ସଫେଇ ନାଳ ଯେଉଁପରି କାର୍ଯ୍ୟ କରାଯାଇଛି ତାହା ଅତି ନିମ୍ନ ମାନର ବୋଲି ଜଣାପଡିଛି । ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ଏକ ଜନସ୍ୱାର୍ଥ ମାମଲା ରୁଜ କରାଯିବ ବୋଲି ବିଜେପି ନେତା ଶ୍ରୀ ମିଶ୍ର କହିଛନ୍ତି । ପୁରୀ ରୁ ପ୍ରଦୀପ କୁମାର ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.