Type Here to Get Search Results !

ମହାମାରୀ ସମୟରେ ବି ସ୍ଵାମୀ ପାଇଁ ରକ୍ଷା କବଚ ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ସ୍ତ୍ରୀ

 


  ଧାମନଗର : -  

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଏହି ମହାମାରୀ ସମୟରେ ମଧ୍ୟ ସବୁ ବାଧା ବିଘ୍ନ ପରେ ବି ନିଜ ସ୍ୱାମୀ ପାଇଁ ରକ୍ଷା କବଚ ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ସାଧବା ନାରୀ ମାନେ। ସ୍ୱାମୀ ସ୍ତ୍ରୀ ସମ୍ପର୍କ ଏକ ପବିତ୍ର ବନ୍ଧନ ଜନ୍ମ ଜନ୍ମର ଏବଂ ଯୁଗ ଯୁଗର ବୋଲି ଶାସ୍ତ୍ର ପୁରାଣରେ ବର୍ଣ୍ଣିତ ହୋଇଅଛି। ଜଣେ ସ୍ତ୍ରୀ ତାହାର ନିଷ୍ଠା, ଭଲପାଇବା ଓ ତ୍ୟାଗ ବଳରେ ନିଜ ସ୍ୱାମୀକୁ ମୃତ୍ୟୁ ମୁଖରୁ ବି ଫେରାଇ ଆଣିପାରେ, ତାହାର ସ୍ପଷ୍ଟ ଉଦାହରଣ ହେଲା ଏହି ସାବିତ୍ରୀ ବ୍ରତ। ଦିନେ ମା ସାବିତ୍ରୀ ନିଷ୍ଠା ଓ ଭଲପାଇବା ବଳରେ ନିଜ ସ୍ୱାମୀ ସତ୍ୟବାନ ଙ୍କ ଜୀବନ ଯମରାଜ ଙ୍କ ପାଖରୁ ନେଇଆସିଥିଲେ। ସେହିଦିନ ଠାରୁ ସାଧବା ନାରୀମାନେ ନିଜ ସ୍ୱାମୀ ଙ୍କ ପାଇଁ ସାବିତ୍ରୀ ବ୍ରତ କରିଥାନ୍ତି। ମାତା ସାବିତ୍ରୀ ଙ୍କ ପରି ନିଷ୍ଠା ର ସହିତ ଉପବାସ କରି ଏହି ବ୍ରତ ପାଳନ କରିଥାନ୍ତି ଏବଂ ନିଜ ସ୍ୱାମୀ ର ଦୀର୍ଘାୟୁ କାମନା କରିବା ସହିତ ମଙ୍ଗଳ କାମନା ମଧ୍ୟ କରିଥାନ୍ତି। ଯେମିତି ଗୋଟେ ସ୍ତ୍ରୀ ସବୁକିଛି ତ୍ୟାଗ କରି ନିଜ ସ୍ୱାମୀର ମଙ୍ଗଳ କାମନା କରୁଥାଏ, ସେମିତି ସ୍ୱାମୀ ମଧ୍ୟ ନିଜ ସ୍ତ୍ରୀ କୁ ସବୁ ବିପଦରୁ ସୁରକ୍ଷା ଦେବା ଦରକାର।  ତେବେ ସାରା ଦେଶରେ କରୋନା ମହାମାରୀ ର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ଆମ ରାଜ୍ୟରେ ସଂକ୍ରମଣ କୁ ଆଖିରେ ରଖି ସରକାର ଙ୍କ ଦ୍ଵାରା ଲକଡାଉନ ଘୋଷଣା କରାଯାଇଛି ଏବଂ ଏହି ପରିପ୍ରେକ୍ଷୀରେ କେବଳ ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ବନ୍ଦ କରାଯାଇଛି। ଏହି ଘଡି ସନ୍ଧି ମୁହୂର୍ତ୍ତରେ ଆମ ଓଡ଼ିଆ ଘରର ସାଧବା ମହିଳା ମାନେ ବହୁ କଷ୍ଟରେ ସମସ୍ତ ପ୍ରକାରର ବ୍ରତ ଉପକରଣ ଯୋଗାଡ଼ କରି ପାଳନ କରିଛନ୍ତି ସାବିତ୍ରୀ ବ୍ରତ। ନାରୀମାନଙ୍କର ଏହିଭଳି କିଛି ତ୍ୟାଗ,ନିଷ୍ଠା,ସ୍ନେହ ଓ ଭଲପାଇବା ପାଇଁ ଆମେ ଏବଂ ଆମର ପରିବାର ଗୋଟେ ସୁସ୍ଥ ଜୀବନ ଯାପନ କରିପାରୁଛନ୍ତି। ନାରୀର ତ୍ୟାଗ ଅତୁଳନୀୟ ତେଣୁ ସେମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କର ସମ୍ମାନ ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

1 Comments
* Please Don't Spam Here. All the Comments are Reviewed by Admin.