Type Here to Get Search Results !

ଅର୍ଟିଆଇ ତଥ୍ୟ ମାଗି ଜେଲ ଗଲେ ସତ୍ୟନାରାୟଣ

 


ଝାରସୁଗୁଡ଼ା :-

ବିଭିନ୍ନ ସମୟରେ RTI ତଥ୍ୟ ନେଇ ବହୁ ତଥ୍ୟ ଖୁଲାସା କରୁଥିବା ସମାଜସେବୀ ସତ୍ୟନାରାୟଣ ରାଓ ଙ୍କୁ ଆଜି ଜେଲ ଯିବାକୁ ପଡିଛି। 

ଘଟଣା ଅନୁସାରେ, ଶ୍ରୀ ରାଓ ଏକ ତଥ୍ୟ ପାଇଁ ଝାରସୁଗୁଡ଼ା ପୌରପାଳକା କୁ RTI ତଥ୍ୟ ମାଗିଥିଲେ। ତେବେ ତଥ୍ୟ ବିଳମ୍ବ ହେବାପରେ ମଧ୍ୟ ହସ୍ତଗତ ହୋଇ ନଥିଲା। ଏ ନେଇ ରାଓ ପୁଣି ଏକ ଯାଚିକା ଆବେଦନ କରିଥିଲେ। ଏହି ଜାଚିକା ବିଷୟରେ ସବିଶେଷ ତଥ୍ୟ ପାଇଁ ସେ ପୌରପାଳକା ଅଧିକାରୀଙ୍କୁ ଭେଟ ହୋଇ ଏବାବଦରେ ପଚାରିଥିବା ସମୟରେ ଦୁହିଁଙ୍କ ମଧ୍ୟରେ ଉଚ୍ଚ ବାଚ ହୋଇଥିଲା। ଏହାକୁ ଆଧାର କରି ଝାରସୁଗୁଡ଼ା ପୌରପାଳିକା କାର୍ଯ୍ୟନିର୍ବହୀ ଅଧିକାରୀ ଝାରସୁଗୁଡ଼ା ଥାନା ରେ ଶ୍ରୀ ରାଓ ଙ୍କ ବିରୋଧରେ ଗତ କାଲି FIR ଦେଇଥିଲେ। ଏହାକୁ ଭିତ୍ତି କରି ଗତ କାଲି ରାତି ସତ୍ୟନାରାୟଣ ରାଓ ଙ୍କୁ ପୋଲିସ ଉଠାଇ ନେଇଥିଲେ। ତାଙ୍କ ବିରୋଧରେ  ଧମକ ଦେବା, ଅଶାଳୀନ ମନ୍ତବ୍ୟ ଓ ସରକାରୀ ଅଧିକାରୀ ଙ୍କୁ କାର୍ଯ୍ୟରେ ବାଧା ଦେବା ଭଳି ଅଭିଯୋଗ ସହ ଭାରତୀୟ ପିଙ୍ଗଳ କୋଡ଼ ଧାରା ୨୯୪, ୩୫୩ ଏବଂ ୫୦୬ ଦଫା ରେ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା। ସେଠାରୁ ରାଓ ଙ୍କୁ ଜାମିନ ଖାରଜ କରାଯାଇ ଜେଲ କୁ ପଠାଇ ଦିଆ ଯାଇଛି।

ତେବେ ଏନେଇ ସାଧାରଣ ରେ ଅସନ୍ତୋଷ ବାତାବରଣ ସୃଷ୍ଟି ହେବା ସହ ସରକାରୀ ଅଧିକାରୀ ନିଜ ପଦବୀ ର ଦୁରୁପଯୋଗ କରିଥିବା କଥା କହିଛନ୍ତି ସମାଜସେବୀ ଅଜୟ ବାରିକ, ବିଜେପି ଓ କଂଗ୍ରେସ। ତେବେ ଏହାକୁ ନେଇ ଆଗକୁ କଣ ପଦକ୍ଷେପ ଗ୍ରହଣ କରା ଯାଉଛି ତାହା ଦେଖିବା ବାକି ରହିଲା। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ


Post a Comment

1 Comments
* Please Don't Spam Here. All the Comments are Reviewed by Admin.
  1. Pls release this person quickly he is help of our society

    ReplyDelete