ତାଳଚେର :-
ରାଜ୍ୟ କ୍ୟାବିନେଟ୍ରେ ବଡ ଧରଣର ପରିବର୍ତ୍ତନ ଲାଗି ପ୍ରସ୍ତୁତି ଆରମ ହୋଇ ଗଲାଣି । ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ରଥଯାତ୍ରା ପରେ ମନ୍ତ୍ରୀ ପଦ ଅଦଳବଦଳ ହେବ । ଢେଙ୍କାନାଳ ଲୋକସଭା କ୍ଷେତ୍ରର କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ପୂର୍କ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ବାଦ ପଢି ପାରନ୍ତି । ସେହିପରି ଅନୁଗୋଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂ ମଧ୍ୟ ବାଦ ପଢି ପାରନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ପାଳିରେ ଯୁବ ବିଧାୟକ ମାନଙ୍କୁ ପ୍ରାଧାନ୍ୟ ଦେବେ । ରାଜ୍ୟରେ ଜଣାଶୁଣା ଖଣି, ଶିଳଞ୍ଚଳ ର ଶ୍ରମିକ ନେତା ତଥା ତିନିଥର ବିଜୟୀ ହୋଇଥିବା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମନ୍ତ୍ରୀପଦ ସଂପ୍ରସାରଣରେ ଆଗରେ ଅଛନ୍ତି । ଅନୁଗୋଳ ଜିଲ୍ଲା ତଥା ସମ୍ବଲପୁର ଲୋକସଭା କ୍ଷେତ୍ରର ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା କିମ୍ବା ଆଠମଲ୍ଲିକ ବିଧାୟକ ରମେଶ ସାଏ ମନ୍ତ୍ରୀପଦ ମିଳିବାକୁ ଏଡାଇ ଦିଆଯାଇ ନପାରେ । ଅନ୍ୟ ପକ୍ଷରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଅଦଳବଦଳ ରାଜ୍ୟ ରାଜନୀତି ପାଇଁ ବେଶ ଗୁରୁତ୍ବ ପୂର୍ଣ୍ଣ । ମନ୍ତ୍ରୀପଦ ଅଦଳବଦଳ ସହିତ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଅନୁଗୁଳ ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ।