Type Here to Get Search Results !

ମୋ ସ୍କୁଲ ଅଭିଯାନକୁ' ୧ଲକ୍ଷ ଟଙ୍କା ପ୍ରଦାନ କଲେ ପ୍ରଧାନ ଶିକ୍ଷକ ଏବଂ କର୍ମଚାରୀ

 


ଭଦ୍ରକ : - 

ଭଦ୍ରକ ବ୍ଲକ ଅଧିନସ୍ଥ ଆମ୍ବରୋଳି ଗ୍ରାମ ପଞ୍ଚାୟତର ତଳାଙ୍ଗ ଉଚ୍ଚ ବିଦ୍ୟାଳୟରେ ଗତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଫଳାଫଳ ଶତ ପ୍ରତିଶତ ହୋଇଥିବାରୁ ଓଡିଶା ସରକାର ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ କର୍ମଚାରୀଙ୍କୁ ୧ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ତେବେ ଉକ୍ତ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶିକୁ ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀ ସମ୍ମିଳିତ ଭାବେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗଗନ ବିହାରୀ ଉପାଧ୍ୟାୟଙ୍କ ନେତୃତ୍ୱରେ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନର କାର୍ଯ୍ୟକ୍ରମକୁ ପ୍ରଦାନ କରିଛନ୍ତି। ଏଠାରେ ପ୍ରକାଶ ଥାଉକି ତଳାଙ୍ଗ ଉଚ୍ଚ ବିଦ୍ୟାଳୟର ଅନେକ ପ୍ରାକ୍ତନ ଛାତ୍ର ଛାତ୍ରୀ ମଧ୍ୟ ଆର୍ଥିକ ଅନୁଦାନ ମାଧ୍ୟମରେ ବିଦ୍ୟାଳୟରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ଆଗାମୀ ଦିନରେ ବିଦ୍ୟାଳୟକୁ ଶ୍ରେଷ୍ଠ କରି ଗଢି ତୋଳିବା ପାଇଁ ଲକ୍ଷ୍ୟ ରଖିଛନ୍ତି।ମୋ ସ୍କୁଲ ଅଭିଯାନକୁ ଏହି ଖୁଦ୍ର ଦାନ ଦ୍ୱାରା ନିଶ୍ଚିତଭାବେ କେତେକ ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ସହାୟତା ମିଳିବ ବୋଲି ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଆଶା ପୋଷଣ କରିଛନ୍ତି। ଅପରପକ୍ଷେ ପ୍ରଧାନ ଶିକ୍ଷକ ଗଗନ ବିହାରୀ ଉପାଧ୍ୟାୟଙ୍କ ଏହି ମହାନ କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ବେଶ ପ୍ରଂସଶା କରିଛନ୍ତି। ଭଦ୍ରକ ଜିଲ୍ଲା ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍।

Post a Comment

0 Comments
* Please Don't Spam Here. All the Comments are Reviewed by Admin.