ତାଳଚେର :-
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତ୍ରିଲୋଚନ ପ୍ରଧାନଙ୍କୁ ସୈାଜନମୂଳକ ସାକ୍ଷାତ କରିଛନ୍ତି ତାଳଚେରର ବିଶିଷ୍ଟ ସମାଜସେବୀ ବିଭୁତି ସାହୁ । ଶ୍ରୀ ସାହୁ ବର୍ତମାନ ମହାମାରୀ କରୋନାର ୨ୟ ଲହର ସମୟରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସିଡିଏମଓ ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା କରିବାସହ ଆଗାମୀ ଦିନରେ ନିଜସ୍ୱ ଉଦ୍ୟମରେ ସେ ଜିଲ୍ଲାରେ ନିଶୁଳ୍କ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ନିମନ୍ତେ ଇଚ୍ଛାପ୍ର୍ରକାଶ କରିଥିଲେ । ପ୍ରକାଶ ଥାଉକି, ସମାଜସେବୀ ଶ୍ରୀ ସାହୁ କରୋନାର ଆରମ୍ଭ ସମୟରୁ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ କରି ଆସୁଛନ୍ତି । ଅସହାୟ,ଗରିବ ଶ୍ରେଣୀର ବ୍ୟକ୍ତି,ଯାଯାବର ତଥା ବିଭିନ୍ନ ଶ୍ରମିକ ବସ୍ତି ଆଦିରେ ଶୁଖିଲା ଖାଦ୍ୟରୁ ଆରମ୍ଭ କରି ଭଙ୍ଗା ଚାଳଛପର ଘରେ ବିଛାଇବା ପାଇଁ ଜରିପାଲ ପ୍ରଦାନ କରିବାସହ , ଶୀତଦିନେ ଶୀତବସ୍ତ୍ର,ଅଗ୍ନିବିପନ୍ନ ପରିବାରକୁ ସହାୟତା ଓ ଜରିପାଲ, ଅଭାବ,ଅନଟନ ପରିବାର, ଦିବ୍ୟାଙ୍ଗକୁ ବିଭିନ୍ନ ପ୍ରକାରର ସହାୟତା କରି ଆସୁଛନ୍ତି । ତାଙ୍କର ଏଭଳି ମହତ କାର୍ଯ୍ୟ ନିମନ୍ତେ ସେ ତାଳଚେର ଅଂଚଳ ସମେତ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଶ ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି । ଆଗାମୀ ଦିନରେ ଶ୍ରୀ ସାହୁ ଜନସେବା କାର୍ଯ୍ୟକୁ ଆହୁରି ବ୍ୟାପକ ତଥା ସୁଦୂରପ୍ରସାରୀ କରିବାକୁ ଲକ୍ଷ୍ୟ ରଖିଥିବାର କହିଛନ୍ତି । ଅନୁଗୁଳ ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ