ତାଳଚେର :-
ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଶିମିଳିପାଳ ଗ୍ରାମ ପୁରିହାପାଟ ଠାକୁରାଣୀ ପିଠ ନିକଟରେ ଥିବା କୁଅରେ ପଡିଯାଇଥିବା ୩ ବର୍ଷର ଶିଶୁ କୁ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।ମୃତ ଯୁବକ ଜଣକ ହେଲେ ଶିମିଳିପାଳ ଗ୍ରାମର ପ୍ରଦୀପ ପଧାନ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ସୋମବାର ସକାଳ ୮ଟା ବେଳେ ଶିମିଳିପାଳ ଗ୍ରାମର ଶିବ ପ୍ରଧାନଙ୍କ ପୁଅ ଶିବୁ ପ୍ରଧାନ ଗାଁ ନିକଟରେ ଥିବା ପୁରିହାପାଟ ଠାକୁରାଣୀ ପିଢ ନିକଟକୁ ସାଙ୍ଗ ମାନଙ୍କ ସହିତ ଖେଳିବାକୁ ଯାଇଥିଲା । ସାଙ୍ଗ ମାନଙ୍କ ସହିତ ଖେଳୁଥିବା ସମୟରେ ଅନ୍ୟମନସ୍କ ହୋଇ ପିଢ ପରିସରରେ ଥିବା କୂଅ ଭିତରେ ଖସି ପଡିଥିଲା ।ଏହା ଦେଖି ସେହି ଗ୍ରାମର ପ୍ରଦିପ ପ୍ରଧାନ ,ଶୁକ୍ରୁ ପ୍ରଧାନ , ଦିପକ ଦେହୁରୀ ଶିଶୁକୁ ଉଦ୍ଦାର କରିବା ପାଇଁ କୂଅ ଭିତରକୁ ପଶିବା ସହିତ ସୁରକ୍ଷିତ ଭାବେ ୨୫ ଫୁଟ ଗଭିର କୂଅ ମଧ୍ୟରୁ ଶିଶୁକୁ ଉଦ୍ଧାର କରିଥିଲେ ।ତେବେ କୂଅ ଭିତରକୁ ଉଦ୍ଧାର କରିବା ପାଇଁ ପଶିଥିବା ୩ ଜଣଙ୍କମଧ୍ୟରୁ ଦୁଇଜଣ ସୁରକ୍ଷିତ ଭାବେ ବାହରି ଆସିଥିବା ବେଳେ ପ୍ରଦୀପ କୂଅ ଭିତରେ ବୁଡି ଯାଇଥିଲେ ।ଏ ନେଇ ସ୍ଥାନୀୟ ଲୋକ ଦମକଳ ବାହିନୀକୁ ଖବର ଦେଇଥିଲେ ।ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ଗଭୀର କୂଅ ଭିତରୁ ପ୍ରଦୀପକୁ ଉଦ୍ଧାର କରିଥିଲେ ।ତେବେ ସେତେ ବେଳେ ପ୍ରଦୀପଙ୍କ ମୃତ୍ୟ ହୋଇସାରିଥିବା କହି ଘଟଣାସ୍ଥଳରେ ଛାଡି ପଳାଇ ଆସିଥିଲେ । ଦମକଳ ବାହିନୀ ଉଦ୍ଧାର ପ୍ରଦୀପକୁ ମେଡିକାଲ ନ ଆଣି ଘଟଣାସ୍ଥଳରେ ଛାଡି ପଳାଇ ଆସିବାରୁ ତିବ୍ର ଉତ୍ତେଜନା ଦେଖାଦେଇଥିଲା ।ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି । ଅନ୍ୟ ପକ୍ଷରେ ଦମକଳ ବାହିନିର ଏଭଳି କର୍ଯ୍ୟକୁ ଅଞ୍ଚଳରେ ନିନ୍ଦା କରା ଯାଇଛି। ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ