Type Here to Get Search Results !

ଦିନ ମଜୁରିଆ ଗରିବ ଆଦିବାସୀ ବାସୁଦେବ ଧରୁଆଙ୍କୁ ଆବାସ ଯୋଜନା ରେ ବାସ ଗୃହ ମିଳିବ କେବେ ?


ପଦ୍ମପୁର :-

ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି ହେଲେ ପ୍ରକୃତ ହିତାଧିକାରୀ ଯୋଜନା ରୁ ବଂଚିତ ହୋଇଛନ୍ତି । ଯାହାଫଳରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଭାଗ୍ୟ କୁ ଆଦରି ନେଉଛନ୍ତି । ସରକାର ଙ୍କ ନିୟମାନୁସାରେ ସାମାଜିକ ଅର୍ଥନୈତିକ ସର୍ଭେରେ ନାମ ରହିଥିବା ହିତାଧିକାରୀ ମାନଙ୍କୁ ଆବାସ ଯୋଜନାରେ ଘର ପାଇବା ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଇଥାଏ ହେଲେ ହିତାଧିକାରୀ ଚୟନ ପ୍ରକିୟା ରେ ମଧ୍ୟ ପାତରଅନ୍ତର କରାଯାଉଥିବା ସହ ଅଧିକାରୀ ଙ୍କ ଅର୍ଥ ର ଲଲୁପ ମନୋଭାବ ଯୋଗୁଁ ମଧ୍ୟ ବହୁ ଗରିବ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗନ୍ଧମାର୍ଦ୍ଦନ ପାହାଡ଼ ର ପାଦଦେଶରେ ଅବସ୍ଥିତ ଜର୍ଜଗଡ ଗ୍ରାମ ର ଗରିବ ଆଦିବାସୀ ଦିନ ମଜୁରିଆ ବାସୁଦେବ ଧରୁଆ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଧରୁଆ ଏବଂ ଦୁଇ ପୁଅ ଝିଅ ଚାରିଜଣ ସଦସ୍ୟ ଦୀର୍ଘ ୧୫ ବର୍ଷ ରୁ ଉର୍ଦ୍ଧ ହେବ ଏକ ଭଙ୍ଗା ଦଦରା ମାଟି ଘରେ ଜରି ଛାଉଣୀ କରି ରହୁଛନ୍ତି । ଚାରି ପ୍ରାଣୀ କୁଟୁମ୍ବ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ବାସୁଦେବ ଧରୁଆ ଜଣେ ଦିନ ମଜୁରୀଆ ସୋଇଥିବାରୁ ଅନ୍ୟ ର ମୂଳ ଲାଗି ନିଜ ପରିବାର ପ୍ରତିପୋଷଣ ସହ ଗୁଜୁରାଣ ମେଣ୍ଟାଇଥାନ୍ତି । ବସୁଦେବ ଆବାସ ଯୋଜନା ରେ ଘର ଖଣ୍ଡିଏ ପାଇଁବା ପାଇଁ ବହୁ ବାର ଆବେଦନ ନିବେଦନ କରି ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସ୍ଥାନୀୟ ସରପଞ୍ଚ ଙ୍କୁ ମଧ୍ୟ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଗରିବ ଆଦିବାସୀ ଦିନ ମଜୁରିଆ ବାସୁଦେବ ଧରୁଆ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.