Type Here to Get Search Results !

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳର ନଗ୍ନ ନମୁନା : ଏ ହେଉଛି ମା କୁ ସମ୍ମାନ

 


ଅନୁଗୋଳ :-

ମରି ଯାଇଛି ମାନବିକତା। ଅସହାୟ ମହିଳାଙ୍କୁ ଅଦରକାରୀ ଭାବି ମେଡ଼ିକାଲର ଗୋଟିଏ କୋଣରେ ଫୋପାଡ଼ି ଦେଲେ ମେଡ଼ିକାଲ କର୍ମଚାରୀ ! ଖାଇବା ପିଇବା ବ୍ୟବସ୍ଥା ରୁ ବଞ୍ଚିତ । ଅର୍ଦ୍ଧ ଲଗ୍ନ ଅବସ୍ଥାରେ ବୃଦ୍ଧା, ଚିକିତ୍ସାଳୟ ରେ ଚିକିତ୍ସା ସାତ ସପନ। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଜଣେ ବୃଦ୍ଧା କିଛି ଦିନ ହେବ ଏଭଳି ଅସହାୟ ଭାବରେ ଗେଟ୍ ସମ୍ମୁଖରେ ପଡ଼ି ରହିଛନ୍ତି। ତାଙ୍କ ଦେଖା ଶୁଣା ପାଇଁ ତାଙ୍କ ପରିବାର ର କେହିବି ନାହାନ୍ତି। ଅନ୍ୟପଟେ ମୁଖ୍ୟ ଚିକିତ୍ସାଳୟ ର ସମସ୍ତ କର୍ମଚାରୀ ସେଇ ବାଟ ଦେଇ ଯିବା ଆସିବା କରୁଥିବା ବେଳେ କାହାରି ନଜର ପଡୁନି ସେହି ଅସହାୟ ବୃଦ୍ଧା ଉପରେ। ଚିକିତ୍ସା ତ ଦୂରର କଥା, ଖାଇବା ପାଇଁ ବି ମିଳୁନି ମୁଠେ ଦାନ ସେହି ନିରାଶ୍ରୟା ବୃଦ୍ଧା ଙ୍କୁ। ଅର୍ଦ୍ଧ ଉଲଗ୍ନ ଶରୀର ରେ ପଡ଼ିରହିଛି ଜୀବନ ଏହି ମୁଖ୍ୟ ଚିକିତ୍ସାଳୟ ରେ। 

ତେବେ ପ୍ରଶ୍ନ ଉଠେ ଯେଉଁଠି ଚିକିତ୍ସା ବ୍ୟବସ୍ଥା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ନିଜ ଆତ୍ମ ପ୍ରଚାର କରି ଚାଲିଛନ୍ତି କଣ ଏହା ତାଙ୍କ ସ୍ବାସ୍ଥ୍ୟ ଯୋଜନା? କଣ ଏଇଠି ସରକାରଙ୍କ 5T ଫେଲ ମାରିଛି କି?  କଣ ସରକାରଙ୍କ ମା କୁ ସମ୍ମାନ ଏଇ ଭଳି ??

ତେବେ ଅନୁଗୁଳ ରେ ଶହଶହ NGO ସଂସ୍ଥା , ସମାଜସେବୀ ଅନୁଷ୍ଠାନ ପକ୍ଷରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ମଧ୍ୟ ବେଶ୍ ଆଶ୍ଚର୍ଯ୍ୟ ର କଥା। ଦେଖାଯାଉ ଏହି ବୃଦ୍ଧା ଙ୍କୁ ସାହାଯ୍ୟ ମିଳୁଛି ନା ଏହି ଅସହାୟ ଜୀବନ ଛଟପଟ ହୋଇ ଚାଲି ଯାଉଛି। ଅନୁଗୁଳ ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.