ବାସୁଦେବପୁର : -
ବାସୁଦେବପୁର ଯୁବ ଆର୍ଯ୍ୟ ସମାଜ ପକ୍ଷରୁ ବାତ୍ୟା ୟାସରେ ଲୋକମାନଙ୍କୁ ଉଦ୍ଧାର କରିବାଠାରୁ ଆରମ୍ଭ କରି ,ରାସ୍ଥା ସଫା କରିବା , ଶୁଖିଲା ଖାଦ୍ୟା ବାଣ୍ଟିବା ଭଳି କାର୍ଯ୍ୟ କରାଯାଇଅଛି । ଆଜି ଆର୍ଯ୍ୟ ସମାଜ ପକ୍ଷରୁ ବାସୁଦେବପୁର ବ୍ଳକର ବାଲିମେଦ ପଞ୍ଚାୟତର ,ଲକ୍ଷ୍ମିଦାସପୁର ପଞ୍ଚାୟତର ଓ ତିହିଡ଼ି ବ୍ଳକ ବାହାବଳପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବାତ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ଆର୍ଯ୍ୟ ସମାଜର ଓଡ଼ିଶା ସଭାପତି ପ୍ରବିର ଆର୍ଯ୍ୟ , ଦିପକ ଆର୍ଯ୍ୟ , ସଚିନ ଆର୍ଯ୍ୟ , ନୀଳକଣ୍ଠ ଆର୍ଯ୍ୟ , ପବିତ୍ର ନାୟକ , ମାଧବ ନାୟକ ପ୍ରମୁଖ ଏହି ସମସ୍ତ ପଞ୍ଚାୟତ ରେ ଗାଁ କୁ ଗାଁ ବୁଲି ବାତ୍ୟା ବିପର୍ଣ୍ଣ ମାନଙ୍କୁ ଶୁଖିଲା ଖାଦ୍ୟ ଓ ପରିବା ବଣ୍ଟନକରିଥିଲେ । ଯୁବ ଆର୍ଯ୍ୟର ଏହି କାର୍ଯ୍ୟକୁ ଅଞ୍ଚଳ ବାସି ଭୂରି ଭୂରି ପ୍ରସଂଶା କରିଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍।