ଭୁବନେଶ୍ୱର :-
ଓଡିଶା ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ରାଜ୍ୟରେ ଥିବା ଔଷଧ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ । ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଲକଡାଉନ୍ ଓ ସଟଡାଉନ ବେଳେ ଔଷଧ ଦୋକାନୀମାନେ ସେମାନଙ୍କର ନିରବିଚ୍ଛନ ସେବା ଯୋଗାଇ ଚାଲିଛନ୍ତି । ପ୍ରତିଦିନ ସେମାନେ ଅନେକ ଲୋକଙ୍କ ସଂଶ୍ପର୍ଷରେ ଆସୁଛନ୍ତି । ତେଣୁ ଏହାକୁ ଆଖି ଆଗରେ ରଖି ସେମାନଙ୍କର ଟିକାକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଔଷଧ ଦୋକାନରେ କାମ କରୁଥିବା କର୍ମଚାରୀଙ୍କ ଭିତରୁ ଯେଉଁମାନେ ୪୫ ବର୍ଷରୁ ଅଧିକ ବୟସ ସେମାନେ କେନ୍ଦ୍ର ଦେଇଥିବା ଟିକାରୁ ନେଇପାରିବେ । ଏହାସହ ଯେଉଁମାନଙ୍କ ବୟସ ୪୫ ବର୍ଷରୁ କମ ସେମାନେ ରାଜ୍ୟ କିଣିଥିବା ଟିକାରୁ ଟିକା ନେଇପାରିବେ ବୋଲି କୁହାଯାଇଛି । ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ