Type Here to Get Search Results !

ଶିକ୍ଷକ ସମାଜକୁ କୋଭିଡ ଯୋଦ୍ଧା ମାନ୍ଯତା ମିଳୁ:ମୁଖ୍ଯମନ୍ତ୍ରୀ ନିଷ୍ପତ୍ତି ନିଅନ୍ତୁ

 


ପଦ୍ମପୁର :-

ଶିକ୍ଷକ ସମାଜକୁ କୋଭିଡ ଯୋଦ୍ଧାର ମାନ୍ୟତା ଦେବା ପାଇଁ ଓଡିଶା ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ମାନ୍ଯବର ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦାଶଙ୍କ ଠାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଦାବୀ ଉପସ୍ଥାପନ କରିଛନ୍ତି । ଟେଲିଫୋନ ଯୋଗେ ଆଜି ଶ୍ରୀ ପୁରୋହିତ ଶିକ୍ଷା ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦାଶଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଶିକ୍ଷକ ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ମାନ୍ଯତା ଦେବା ପାଇଁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପ୍ରସ୍ତାବ ନେଇଥିବା ଓ ଏହା ଏବେ ରାଜ୍ଯ ସରକାରଙ୍କ ବିଚାରଧୀନ ଥିବା ମନ୍ତ୍ରୀ ଶ୍ରୀ ସମୀର ଦାଶ ପୂର୍ବତନ ବିଧାୟକ ତଥା ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ସୂଚନା ଦେଇଥିଲେ । ବର୍ତ୍ତମାନ କୋଭିଡ ମହାମାରୀ କାରଣ ଯୋଗୁଁ କେବଳ ବରଗଡ ଜିଲ୍ଲାର ପାଖାପାଖି ୪୦ ଜଣ ଶିକ୍ଷକ କରୋନା ଆକ୍ରାନ୍ତ ହୋଇ ଦେହାନ୍ତ ହୋଇ ସାରିଛନ୍ତି । ସାରା ଓଡ଼ିଶାରେ ଅନେକ ସ୍ଥାନରେ ଶିକ୍ଷକ ମାନେ କରୋନା ମହାମାରୀ ରେ ଆକ୍ରାନ୍ତ ହେଉଛନ୍ତି । କୋଭିଡ ମହାମାରୀ କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ଯ ସରକାର ଶିକ୍ଷକ ମାନଙ୍କୁ ଏବେ କୋଭିଡ ହସ୍ପିଟାଲ,ଗାଁ ଗାଁରେ କୋଭିଡ ଚିହ୍ନଟ କରିବା,ରେଲ ୱେ ଷ୍ଟେସନ ରେ ପ୍ରବାସୀ ଲୋକଙ୍କୁ ରେଜିଷ୍ଟ୍ରେସନ କରିବା ଓ ଓଡିଶା ସୀମାନ୍ତ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଶିକ୍ଷକ ମାନେ ପୋଲିସ ମାନଙ୍କ ସହ ମିଶି କୋଭିଡ ଦାୟିତ୍ବ ତୁଲାଉଛନ୍ତି । ତେଣୁ ଏ ଭଲି ପରିସ୍ଥିତିରେ ଶିକ୍ଷକ ମାନଙ୍କୁ ତୁରନ୍ତ କୋଭିଡ ଯୋଦ୍ଧା ଭାବରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ପୂର୍ବତନ ବିଧାୟକ ତଥା ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.