Type Here to Get Search Results !

ଦୁର୍ବୃତ୍ତ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିଦ୍ୟୁତ ତାର ଚୋରି ହୋଇଥିବା ନେଇ ଏସଡିପିଓ ଙ୍କୁ ଚାଷୀ ଙ୍କ ଅଭିଯୋଗ

 


ପଦ୍ମପୁର:-

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ଥାନା ଚେରଙ୍ଗାଝାଞୀ ଗ୍ରାମ ର ଜଣେ ଚାଷୀ ଙ୍କ ଚାଷ ଜମି କୁ ଯାଇଥିବା ବିଦ୍ୟୁତ ଖୁଣ୍ଟ କୁ ଭାଙ୍ଗି ବିଦ୍ୟୁତ ତାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଚେରଙ୍ଗାଝାଞୀ ଗ୍ରାମ ର ଚାଷୀ କୈାଲାଶ ପ୍ରଧାନ ତାଙ୍କ ଗ୍ରାମ ର ବସ୍ତିରୁ ବିଦ୍ୟୁତ ଖୁଣ୍ଟ ସହ ବିଦ୍ୟୁତ ତାର ସହ ଚାଷ ଜମି କୁ ଚାଷ କାମ ପାଇଁ ବିଦ୍ୟୁତ ସଂଯୋଗ କରିଥିଲେ । ସେ ଦୀର୍ଘ ୩୦ ବର୍ଷ ଧରି ଚାଷ କରୁଆସୁଥିଲେ । ଗତ ତା ୯ ୵ ୫୵ ୨୦୨୧ ଦିନ ରାତିରେ କେହି ଦୁବୃର୍ତ୍ତ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିଦ୍ୟୁତ ତାର ଚୋରି କରିନେଇଥିବା ଦେଖିବାକୁ ପାଇଥିଲେ । ସୁଚନା ଅନୁସାରେ ଗ୍ରାମର ଦୁଷ୍ମନ୍ତ ପ୍ରଧାନ ଙ୍କ ଚାଷ ଜମି ଉପରେ ମଧ୍ୟ ଯାଇଥିବା ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଚୋର ହୋଇଯାଇଛି ।ଚୋରି ହୋଇଥିବା ବିଦ୍ୟୁତ ତାର ହାରାହାରି ମୂଲ୍ୟ ୩୦ ହଜାର ରୁ ଉର୍ଦ୍ଧ୍ବ ହେବ ବୋଲି ଚାଷ କୈାଲାଶ ପ୍ରଧାନ କହିଛନ୍ତି । ଏହି ଚୋରି ହୋଇଥିବା ଘଟଣା ଦିନ ସକାଳ ୮ ଘଣ୍ଟା ସମୟରେ ଲାଇନ୍ ମ୍ୟାନ ଦାୟିତ୍ଵ ରେ ଥିବା ଚେରଙ୍ଗାଝାଞୀ ଗ୍ରାମର ଲାଇନ୍ ମ୍ୟାନ ତୋଷଧର ପ୍ରଧାନ ଓ ଢେଙ୍କିମୁଣ୍ଡାର ଉପେନ୍ଦ୍ର ପ୍ରଧାନଙ୍କୁ ଫୋନ ଯୋଗେ ଜଣାଇବା ସହ ଲାଇନ୍ ମ୍ୟାନ ଦ୍ବୟ ଙ୍କୁ ଘଟଣା ସ୍ଥଳକୁ ନେଇ ଦୂବୃତ୍ତ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିଦ୍ୟୁତ ତାର ଚୋରି କରିଯାଇଥିବା ଚାଷୀ କୈାଲାସ ଦେଖାଇଥିଲେ ବୋଲି ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଚାଷ କୈାଲାସ ପ୍ରଧାନ ବିଭାଗୀୟ ଅଧିକାରୀ ଓ ଥାନା ଅଧିକାରୀଙ୍କ ଙ୍କ ବିହିତ ପଦକ୍ଷେପ ନେବାକୁ ଲିଖିତ ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି । ଚାଷୀ ଶ୍ରୀ ପ୍ରଧାନ କ୍ଷତିଗ୍ରସ୍ତ ହୋଇଥିବା ରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । 

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.