ଝାରସୁଗୁଡ଼ା :-
ଗତ କାଲି ଅର୍ଥାତ୍ ୭ ମେ ରେ ଝାରସୁଗୁଡ଼ା ଜିଲ୍ଲା ରେ ସାମ୍ବାଦିକ ମାନଙ୍କ ପାଇଁ ରାଜ୍ୟସରକାର ଙ୍କ ନିୟମ ଅନୁଯାୟୀ କୋରୋନା ଟିକା ପ୍ରଦାନ କରା ଯାଇଥିଲା। କିନ୍ତୁ ଏଥିରେ ଥିଲା ବହୁ ଅନିୟମିତତା। ଯେଉଁ ସାମ୍ବାଦିକ ମାନେ ସ୍ବାସ୍ଥ୍ୟ କାର୍ଡ ପାଇଁ ନାହାନ୍ତି ସେମାନଙ୍କୁ ଟିକା ପାଇଁ କୌଣସି ସୂଚନା ଦିଆ ଯାଇ ନଥିଲା। ଏହି କାର୍ଡ ପ୍ରଦାନ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କୁ ଆଙ୍ଗୁଠି ଉଠାଇଛନ୍ତି ଜିଲ୍ଲା ପ୍ରେସ କ୍ଳବ୍। କାରଣ ଠିକ୍ ସମୟରେ ଦରଖାସ୍ତ ନ ପଠାଇବା ଯୋଗୁଁ ଆଜି ଅନେକ ସାମ୍ବାଦିକ ସ୍ବାସ୍ଥ୍ୟ କାର୍ଡ ରୁ ବଞ୍ଚିତ ହୋଇଛନ୍ତି ।
ସେହିଭଳି ଗତ କାଲି କେବଳ ୧୫ ଜଣ ସାମ୍ବାଦିକ ଙ୍କୁ ଟିକା ପ୍ରଦାନ ପାଇଁ କରାଯାଇଥିବା ବ୍ୟବସ୍ଥା ରେ ଥିଲା ଅନିୟମିତତା। ଜିଲ୍ଲା ସଂସ୍କୃତି ଭବନରେ ଫର୍ମ ପୂରଣ କରି ଯିବାକୁ ପଡ଼ିଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ । ଓ ଟିକା ପ୍ରଦାନ ପରେ ବର୍ଷା ରେ ଭିଜି ନିଜ ସ୍ଥାନ କୁ ଫେରିଥିଲେ ସାମ୍ବାଦିକ ମାନେ। ଏହାଦ୍ବାରା ଆଜି ସେମାନେ ଅସୁସ୍ଥତା ଅନୁଭବ କରିଥିଲେ।
ଏଥିରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ପରିଚାଳନା କିପରି ହୋଇଥିଲା ତାହା ବେଶ୍ ଅନୁମେୟ। ଏନେଇ ବିହୀତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତ ଝାରସୁଗୁଡ଼ା ପ୍ରେସ କ୍ଳବ୍।
ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ