ପଦ୍ମପୁର :-
ପଦ୍ମପୁର ଉପଖଣ୍ଡ ପାଇକମାଲ ବିଜେପି ଯୁବ ମୋର୍ଚ୍ଚା ସଭାପତି ରୋଶନ ପାଣିଗ୍ରାହୀଙ୍କ ନେତୃତ୍ବରେ ଆଜି ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେରଙ୍କ ଜରିଆରେ ବରଗଡ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପାଇକମାଲ ରୁ ପଦ୍ମପୁର ପଟକୁ ବିଜୁ ଏକ୍ସପ୍ରେସ ୱେ ରାସ୍ତା ନିକଟରେ ଜନୈକ ବ୍ଯକ୍ତି ଏକ ନୁତନ ବିଦେଶୀ ମଦ ଦୋକାନ ଖୋଲିଛନ୍ତି । ପ୍ରକାଶ ଯୋଗ୍ଯ ଯେ ଏହି ଜନ ଗହଳି ରାସ୍ତାରେ ନିକଟରେ ବିନ୍ଧ୍ଯବାସିନୀ ମହା ବିଦ୍ୟାଳୟ ଏବଂ ଯମୁନା ବାଳିକା ଉଚ୍ଚ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଅଛି । ଏହି ରାସ୍ତାକୁ ଅତିକ୍ରମ କରି ଛାତ୍ରଛାତ୍ରୀ ମାନେ କଲେଜ ଓ ସ୍କୁଲକୁ ଯାଆନ୍ତି । ଏହି ରାସ୍ତା ଦେଇ ମାଁ ତାରଣୀ ମନ୍ଦିରକୁ ଅନେକ ଶ୍ରଦ୍ଧାଳୁ ଯିବା ଆସିବା କରିନ୍ତି । ବିଦେଶୀ ମଦ ଦୋକାନ ରାସ୍ତା ପାଖରେ ଥିବାରୁ ମଦୁଆ ମାନଙ୍କ ପ୍ରାଦୁର୍ଭାବ ରେ ଅନେକ ଅଘଟଣ ଘଟିବାର ଆଶଙ୍କା କରାଯାଏ । ଏଭଳି ପରିସ୍ଥିତିରେ ମଦ ଦୋକାନ ଖୋଲିବା ବେଆଇନ ଅଟେ । ଏହାକୁ ପ୍ରତିବାଦ କରି ଖୋଲା ଯାଇଥିବା ନୁତନ ମଦ ଦୋକାନ କୁ ସ୍ଥାନାନ୍ତରିତ କରିବା ସକାଶେ ଦାବୀପତ୍ର ପ୍ରଦାନ କରା ଯାଇଛି । ଏହା ସହିତ ବରଗଡ ସାଂସଦ,ଅବକାରୀ ଅଧିକ୍ଷକ,ପାଇକମାଲ ଥାନା ଅଧିକାରୀଙ୍କୁ ପ୍ରଦାନ କରା ଯାଇଛି । ଯଦି ପ୍ରଶାସନ ଏହାର ବିହିତ ପଦକ୍ଷେପ ନ ନିଏ ତେବେ ଆଗାମୀ ସମୟରେ ସଦସ୍ଯ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ବିଜେପି ପିଣ୍ଟୁ ଭୋଇ,ବିକି ଅଗ୍ରୱାଲ,ଆକାଶ ବହିଦାର,ପଞ୍ଚାମ ଦାଶଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ