Type Here to Get Search Results !

ଚାରପାଲି ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ

 


ପଦ୍ମପୁର :-

ପଦ୍ମପୁର ନିକଟସ୍ଥ ଚାରପାଲି ଗ୍ରାମରେ ବାଜୀରାଉତ କ୍ଳବ ଆନୁକୂଲ୍ଯରେ କୋଭିଡ ୧୯ ଗାଇଡ ଲାଇନ ପାଳନ କରି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବାଜୀରାଉତ କ୍ଳବ ସଦସ୍ଯ ବୃନ୍ଦ ହାତରେ ସାନିଟାଇଜର ଓ ମାସ୍ସ ଧରି ଗ୍ରାମର ପ୍ରତ୍ଯେକ ଘରକୁ ଯାଇ ଲୋକ ମାନଙ୍କୁ ସଚେତନ କରିଥିଲେ । ପ୍ରତ୍ଯେକ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଅଯଥା ବାହାରକୁ ନ ଯିବା ପାଇଁ ପରାମର୍ଶ କରିଥିଲେ । ବାହାରକୁ ଗଲେ ମାସ୍ସ ଓ ସାନିଟାଇଜ ଅନୁରୋଧ କରିଥିଲେ । ଘରେ ରୁହନ୍ତୁ ଓ ସୁସ୍ଥ ରହନ୍ତୁ ନାରା ଲଗାଇ ପ୍ରତ୍ଯେକ ଙ୍କୁ ସାନିଟାଇଜ କରି ମାସ୍କ ବଣ୍ଟନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ଗ୍ରାମର ୱାର୍ଡ ମେମ୍ବର ଭରତ ସାହୁଙ୍କ ସମେତ କ୍ଳବ ର ତ୍ରିଲୋଚନ ଚୈହାନ,ପିଣ୍ଟୁ ଦୋରା,ଡୋଳାମଣି ବିଶି ଓ ଅନ୍ଯାନ୍ଯ ସଦସ୍ଯ ଉପସ୍ଥିତ ଥିଲେ । 

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.