Type Here to Get Search Results !

ପଦ୍ମପୁରରେ ସାମ୍ବାଦିକଙ୍କୁ ଟୀକା କରଣ

 


ପଦ୍ମପୁର :-

କିଛିଦିନ ପୂର୍ବରୁ ସାମ୍ବାଦିକ ମାନଙ୍କୁ କରୋନ ଯୋଦ୍ଧା ଭାବରେ ସରକାରଙ୍କ ତରଫରୁ ଘୋଷଣା କରା ଯାଇଥିଲା । ଏବଂ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଟୀକାକରଣ ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଟୀକା କରଣ କେନ୍ଦ୍ରରେ ସାମ୍ବାଦିକ ମାନଙ୍କୁ ଟୀକା କରଣ କରାଯାଇଛି । ଏହି ଟୀକାକରଣ କାର୍ଯ୍ଯକ୍ରମରେ ପଦ୍ମପୁର ସହରାଞ୍ଚଳ ତଥା ଆଖପାଖ ଅଞ୍ଚଳର ୮ ଜଣ ସାମ୍ବାଦିକ ଭାଗ ନେଇଥିଲେ । ଏହି ଟୀକା କରଣ କାର୍ଯ୍ୟକ୍ରମରେ ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ହସପିଟାଲ ମ୍ଯାନେଜର ଦିବ୍ଯ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.