Type Here to Get Search Results !

ପି ଡି ଏସ ଚାଉଳ ବଣ୍ଟନ ବେଳେ ବାୟୋମେଟ୍ରିକ ମେସିନ ବ୍ୟବହାର ବନ୍ଦ ହେଉ - କଂଗ୍ରେସ


ଭୁବନେଶ୍ୱର :-

 ରାଜ୍ୟରେ ଏବେ ପି ଡି ଏସ ଚାଉଳ ଏବଂ କେନ୍ଦ୍ର ସରକାର ମେ ଓ ଜୁନ ମାସ ପାଇଁ ଦେଇଥିବା ଚାଉଳ ବଣ୍ଟାଯିବାର ଯୋଜନା ରହିଛି l ଗତ ମେ ୧ ତାରିଖରୁ କିଛି କିଛି ଜାଗାରେ ତାହା ବଣ୍ଟା ଆରମ୍ଭ ହୋଇ ସାରିଛି l ମାତ୍ର ଏହାକୁ ବାଣ୍ଟିବା ବେଳେ ଯେଉଁ ବାୟୋମେଟ୍ରିକ ବା ଇ -ପୋସ ମେସିନ ବ୍ୟବହାର କରାଯିବାର ନିୟମ ଅଛି ତାହା ବର୍ତମାନ କରୋନା ମହାମାରୀ ର ପ୍ରବଳ ପ୍ରାଦୁର୍ଭାବ ସମୟରେ ଆତ୍ମଘାତି ହେବ l ଆଖି ର ଫଟୋ ନେବା ସହିତ ଆଙ୍ଗୁଳି ଟିପ ନେବା ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି l ରାଜ୍ୟରେ ଅନେକ କଣ୍ଟ୍ରୋଲ ଦୋକାନୀ କରନାରେ ମୃତ୍ୟୁବରଣ କରିସାରିଲେଣି l ବର୍ତମାନ ଦ୍ୱିତୀୟ କରୋନା ଲହରୀ ସମୟରେ ଗ୍ରାମାଞ୍ଚଳରେ ଏହା ବେଶୀ ବ୍ୟାପୁଛି l ବାୟୋମେଟ୍ରିକ ମେସିନ ବ୍ୟବହାର ହେଲେ କରୋନା ସଂକ୍ରମଣ ଆହୁରି ବଢିବ l ତେଣୁ ସରକାର ଏହାକୁ ବନ୍ଦ କରିବାକୁ କଂଗ୍ରେସ ପକ୍ଷରୁ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ ଦାବୀ କରିଛନ୍ତି l ଏକ ଟ୍ୱିଟ ଯୋଗେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l

ପ୍ରକାଶ ଥାଉ କି ଓଡିଶା ସରକାରୀ ରିଟେଲ ବିକ୍ରେତା ୱେଲଫେୟାର ସମିତି ପକ୍ଷରୁ ଏହି ସମସ୍ୟା ପ୍ରତି ବାରମ୍ବାର ଦୃଷ୍ଟି ଆକର୍ଷଣ ପୂର୍ବକ ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦିଆ ଯାଇଛି l ସେମାନଙ୍କ ର ଦାବୀ ଯଥାର୍ଥ ଏବଂ ରାଜ୍ୟ ସରକାର ତୁରନ୍ତ ବାୟୋମେଟ୍ରିକ ଯନ୍ତ୍ର ବନ୍ଦ କରି ସେମାନଙ୍କ ତଥା ଖାଉଟି ମାନଙ୍କର ସୁରକ୍ଷା ଦିଅନ୍ତୁ l

ବାୟୋମେଟ୍ରିକ ଯନ୍ତ୍ର ବ୍ୟବହାର ଦ୍ୱାରା ବିଦେଶ ଫେରନ୍ତା ପ୍ରବାସୀ ମାନେ ମଧ୍ୟ ଅନେକ ଚାଉଳ ପାଇବାରୁ ବଂଚିତ ହେବେ l ଏସମସ୍ତ କଥାକୁ ବିଚାରକୁ ନେଇ ସରକାର ତୁରନ୍ତ ନିଷ୍ପତି ନେଇ ଚାଉଳ ବାଣ୍ଟିବା ସମୟରେ ବାୟୋମେଟ୍ରିକ ବ୍ୟବହାର କୁ ପ୍ରତ୍ୟାହାର କରନ୍ତୁ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ କଂଗ୍ରେସ ମୁଖପାତ୍ର ଶ୍ରୀ ଦାସ ଏବଂ ସୋସିଆଲ ମିଡ଼ିଆ ବିଭାଗର ଅଧ୍ୟକ୍ଷ ଶ୍ରୀ ଅଭିଷେକ୍ଷ ମହାନନ୍ଦା ଦାବୀ କରିଛନ୍ତି l ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ






Post a Comment

0 Comments
* Please Don't Spam Here. All the Comments are Reviewed by Admin.