କେନ୍ଦୁଝର :-
ଆଜି କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ Google meet ଜରିଆରେ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ଜିଲ୍ଲାରେ covid ପରିଚାଳନା ସମ୍ବନ୍ଧୀୟ ସେମାନଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇଥିଲେ। ଏହା ସହିତ ଶ୍ରୀ ଆଶିଷ ଠାକରେ କହିଥିଲେ ଯେ ଜିଲ୍ଲା ପ୍ରଶାସନ କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ପରିଚାଳନା କୁ ଏବଂ covid ଚିକିତ୍ସା କୁ କିପରି ଉନ୍ନତ କରିହେବ ସେ ଦିଗରେ ନିରନ୍ତର ଚେଷ୍ଟା କରୁଛନ୍ତି। ଏବେ ଜିଲ୍ଲା ରେ oxygen supply କିମ୍ବା covid hospital ରେ bed କୁ ନେଇ କୌଣସି ଅସୁବିଧା ନାହିଁ। ଜିଲ୍ଲାର ସମସ୍ତ covid hospital ରେ ଥିବା bed ସଂଖ୍ୟା ରେ ବୃଦ୍ଧି କରାଯାଇଛି ଏବଂ ପ୍ରତି ବେଡ ସହିତ ଏକ oxygen cylinder ର ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଗତ କିଛି ଦିନ ତଳେ ଯେଉଁ oxygen ର ଅଭାବ ନେଇ କିଛି ଅଭିଯୋଗ ଆସୁଥିଲା ତାହା କିଛି ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ଅବହେଳା ଯୋଗୁଁ ହୋଇଥିଲା ଏବଂ ସେହି କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଜିଲ୍ଲା ରେ oxygen ର କୌଣସି ଅଭାବ ନାହିଁ ଏବଂ ନିରନ୍ତର oxygen supply କିପରି ହୋଇପାରିବ ସେଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦୁଝର ରାଙ୍କି ଠାରେ ଥିବା covid hospital ରେ ଏକ oxygen plant ମଧ୍ୟ ଏବେ କାର୍ଯ୍ୟକ୍ଷମ ହୋଇସାରିଛି ତେଣୁ ଜିଲ୍ଲା ବାସୀ covid ଚିକିତ୍ସା କିମ୍ବା oxygen କୁ ନେଇ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ସମସ୍ତେ ମାସ୍କ ପିନ୍ଧିବା ସହିତ lockdown ର guideline ମାନି ଚଳିଲେ ଆମେ ସମସ୍ତେ corona କୁ ନିଶ୍ଚିତ ଭାବରେ ହରାଇପାରିବା ବୋଲି ସେ କହିଥିଲେ।
କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ