ଅନୁଗୋଳ :-
ମାନ୍ୟବର ବାଚସ୍ପତିଙ୍କ ନେତୃତ୍ୱରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମାନ୍ୟବର ମନ୍ତ୍ରୀ ଗଣ ,ମାନ୍ୟବର ବିଧାୟକ ଗଣ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ । ସେହିପରି ଅନୁଗୋଳ ଜିଲ୍ଲା ଜିଲ୍ଲାପାଳ ଙ୍କ କନ୍ଫରେନସ କକ୍ଷରେ ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ , ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଓ ମାନ୍ୟବର ପାଲଲହଡା ବିଧାୟକ ଶ୍ରୀମାନ ମୁକେଶ କୁମାର ପାଲ ମୋହାଦୟ ଯୋଗ ଦେଇଥିଲେ ଏବଂ ଶପଥ ନେଲେ ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି ହିସାବରେ ଲୋକମାନଙ୍କୁ କୋଭିଡ ନିୟମ,ଯଥା ଠିକ ଭାବରେ ମାସ୍କ ପିନ୍ଧିବା ,ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି ସମ୍ପର୍କରେ ସଚେତନ କରିବା ପାଇଁ ନିଷ୍ଠାର ସହିତ କାମ କରିବେ । ଅନୁଗୋଳ ଜିଲ୍ଲା ତାଳଚେର ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ