ପାଟଣା / କେନ୍ଦୁଝର :-
କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ନୂତନଥାନା ଅଧିକାରୀ ନେଲେ ଦାୟତ୍ୱ । ଆଜକୁ କିଛି ପୂର୍ବରୁ ପାଟଣାଥାନା ର ଥାନା ଅଧିକାରୀ ସୋମନାଥ ଜେନାଙ୍କ ପଦୋନ୍ନତି ହୋଇଥିବା ମୟୁରଭଞ୍ଜ ଜିଲ୍ଲା ବାରିପଦା ମୁଖାଳୟ କୁ ଆରକ୍ଷୀ ଉପଅଧିକ୍ଷକ ଭାବେ ଯୋଗ ଦେବା ପରେ ତାଙ୍କ ପଦବୀ ଟି ଖାଲି ପଡି ରହିଥିବା ବେଳେ ବାମେଵାରୀ ଥାନା କାର୍ଯ୍ୟରତ ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ ଆଜି ପାଟଣାଥାନା ରେ ନୂତନ ଥାନା ଅଧିକାରୀ ରୂପେ ଯୋଗ ଦେଇ ଦାୟତ୍ୱ ନେଇ ଛନ୍ତି । ପାଟଣାଥାନା ଅତିରିକ୍ତ ଅଧିକାରୀ ଶିଵଶଙ୍କର ଆଲଦା,ରଞ୍ଜିତ ପଟ୍ଟନାୟକ,ପାଣ୍ଡବ ଚରଣ ରାଉତ, ସନ୍ତୋଷ କୁମାର ନାୟକ, ହାବିଲଦାର ରମେଶ ଚନ୍ଦ୍ର ନାଏକ,କନେଷ୍ଟବଳ ଲଷ୍ମୀପ୍ରିୟା ବଳ,ବିମଳା ମାନସିଂ, ଅମ୍ବିକା ମହାନ୍ତ,ପଞ୍ଚାନ୍ନ ନାଏକ, ରଜକିଶୋର ନାଏକ,ଜୟଦେବ ମହାନ୍ତ, ପ୍ରଫୁଲ କୁମାର ବାରିକ୍,ସୁରେଶ ଚନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ନୂତନ ଥାନାଧିକାରୀ ଶ୍ରୀ ସ୍ୱାଇଁ କୁ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇ ଥିଲେ ।
ପାଟଣା, କେନ୍ଦୁଝର ରୁ ଅନିରୁଦ୍ଧ ନାଏକ ଙ୍କ ରିପୋର୍ଟ