ଝାରସୁଗୁଡା: -
ଆଜି ଝାରସୁଗୁଡ଼ା ଚାଇଲଡ଼ ଲାଇନ, ଏଚ କଣ୍ଟାପାଲି ସ୍ଥିତ ପବନ ସୁତ ଶ୍ରମିକ କଲୋନୀରୁ ମାତୃହରା ଭାଇ ଭଉଣୀ ଦ୍ୱୟଙ୍କୁ ଉଦ୍ଧାରକରି ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରି ଶିଶୁ ଯତନ ଅନୁଷ୍ଟାନରେ ରଖାଯାଇଛି ବୋଲି ଚାଇଲଡ଼ଲାଇନ ର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ! ଝାରସୁଗୁଡାର ଇବ ଷ୍ଟେସନ ଗ୍ରାମର ଏକ ଦମ୍ପତି ପବନ ସୁତ ଚାଉଳ କଳର ଶ୍ରମିକ କଲୋନୀ ରେ ନିଜର ସାତ ବର୍ଷର ଏକ ଝିଅ ଓ ଦେଢ ମାସର ଏକ ପୁଅ ସାଙ୍ଗରେ ରହୁଥିଲେ ! ଶିଶୁ ମାନଙ୍କର ବାପା ଏଠାରେ ରହି ଶ୍ରମିକ ଭାବରେ କାମ କରୁଥିଲା ! ଶିଶୁ ମାନଙ୍କର ମା ର ଦେହ ବହୁତ ଦିନ ହେଲା ବିଗିଡି ଯାଇଥିଲା ! ଆଜି ହଠାତ ଦିନ ବାର ଟାରେ ଦେହର ଅବସ୍ଥା ଅତି ଖରାପ ହେବାରୁ ତାକୁ ମଙ୍ଗଳିଆ ଚିକିତ୍ସାଲୟକୁ ଚିକିତ୍ସା ପାଇଁ ନିଆ ଯାଉଥିଲା ବେଳେ ବାଟରେ ଶିଶୁ ମାନଙ୍କର ମାର ମୃତ୍ୟୁ ହୋଇ ଯାଇଥିଲା ! ଶିଶୁ ମାନଙ୍କ ବାପାର ଏଠାରେ କୌଣସି ସମ୍ପର୍କୀୟ ନଥିବା ହେତୁ ଶିଶୁ ଦ୍ୱୟଙ୍କ ଦେଖ ଭାଲ ରେ ବହୁତ ଅସୁବିଧା ହେବ ବୋଲି ଶିଶୁ ମାନଙ୍କ ଥଇଥାନ ପାଇଁ ସେ ଚାଇଲଡ଼ ଲାଇନ କୁ ନିବେଦନ କରିଥିଲା !ଚାଇଲଡ଼ ଲାଇନ ଖବର ପାଇ ତୁରନ୍ତ ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରିଥଲା !ଶିଶୁ ଦ୍ୱୟଙ୍କ ଉଦ୍ଧ!ରରେ ଚାଇଲଡ଼ ଲାଇନ ର ସଦସ୍ୟ ଟିକେଶ୍ୱରୀ ପଟେଲ ଓ ସତୀଶ ଚନ୍ଦ୍ର ମିଶ୍ର ସାମିଲ ଥିଲେ !ଚାଇଲଡ଼ଲାଇନ ତରଫରୁ ଏ ଘଟଣା ସମ୍ପକରେ ସଦର ଥାନାରେ ମଧ୍ୟ ସୂଚନା ପ୍ରଦାନ କରାଯାଇଛି !