ଝାରସୁଗୁଡ଼ା -
ଝାରସୁଗୁଡ଼ା, ପଶ୍ଚିମାଞ୍ଚଳ ଏକତା ମଞ୍ଚ ଝାରସୁଗୁଡ଼ା ଜିଲ୍ଲା କମିଟି ତରଫରୁ ଝାରସୁଗୁଡ଼ା ବସ୍ ଷ୍ଟାଣ୍ଡ ଗାନ୍ଧୀ ଛକ ଠାରେ ଛତିଶଗଡ଼ର ସୁକମା ବିଜାପୁର ରେ ମାଓବାଦୀ ଆକ୍ରମଣ ରେ ସହିଦ ହେଇଥିବାର ଆମର ୨୨ ଜଣ ବୀର ଜବାନ ଙ୍କର ଆତ୍ମା ର ସଦଗତି କମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା ଏବଂ କେଣ୍ଡେଲ ଜାଳି ଅମର ବୀର ଜବାନ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ କରା ଯାଇଥିଲା ଏବଂ ସହିଦ୍ ଜବାନ ମାନଂକର ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ବୀର ଜବାନ ମାନଂକର ସ୍ମୃତି ଚାରଣ କରା ଯାଇଥିଲା। ପ୍ରସାଶନ ର କେବଳ ୧୦ ଜଣଙ୍କୁ ଅନୁମତି ଥିବାର କେବଳ ୧୦ ଜଣଙ୍କୁ ନେଇ ସମସ୍ତ କୋଭିଡ ଗାଇଡ ଲାଇନ ପାଳନ କରି ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରା ଯାଇଥିଲା। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ