ପଦ୍ମପୁର :-
ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମର ପଦ୍ମଲୋଚନ ବରିହା ଯାହାଙ୍କ ବୟସ ପ୍ରାୟ ୫୨ ବର୍ଷ ହେବ ଜ୍ବର,ଥଣ୍ଡା,କାଶ ହୋଇ ଗୁରୁତର ହେବାରୁ ପରିବାର ର ଲୋକେ ଗତ ତା ୨୬ ୵ ୪ ରିଖ ସଂନ୍ଧ୍ଯା ପ୍ରାୟ ୬ ଘଣ୍ଟା ସମୟରେ ବରଗଡ ଜିଲ୍ଲା ହେଡ କ୍ବାଟର ଖେଦାପାଲି ଠାରେ ଥିବା କୋଭିଡ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ । ପଦ୍ମଲୋଚନ ଙ୍କ ନାମ କୋଭିଡ ହସ୍ପିଟାଲରେ ପଂଜିକୃତ କରାଯାଇ ତାଙ୍କୁ ଡାକ୍ତର ହସ୍ପିଟାଲ ରେ ଭର୍ତ୍ତି କରିଥିଲେ । ପଦ୍ମଲୋଚନଙ୍କ ଚିକିତ୍ସା ଚାଳୁଥିବା ବେଳେ ତାଙ୍କ ପୁଅ ଶ୍ରୀ ରୋହିତ ବରିହା,ପତ୍ନୀ ଶ୍ରୀମତୀ ଟେଭା ବରିହା,ସୁଦର୍ଶନ ବରିହା,ଛିନୁ ବରିହା ହସ୍ପିଟାଲ ବାହାରେ ଜଗି ରହିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ବାବଦକୁ କୌଣସି ସୂଚନା ପରିବାର ଲୋକଙ୍କୁ ଦେଉ ନଥିଲେ । ବିଚଳିତ ହୋଇ ପରିବାର ର ସଦସ୍ଯ ମାନେ ହସ୍ପିଟାଲ ଷ୍ଟାପଙ୍କୁ ତାଙ୍କ ରୋଗୀ ବିଷୟରେ ପଚାରିଲେ ବରଂ ଓଲଟା ରୁକ୍ଷ ବ୍ଯବହାର ପାଉଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ୨୭ ତାରିଖ ଦିନ ହସ୍ପିଟାଲ ର ଜଣେ ପରିଚିତ ନର୍ସଙ୍କ ସହିତ ଯୋଗାଯୋଗ କରିବାରୁ ତାଙ୍କ ପଦ୍ମଲୋଚନ ମରି ଯାଇ ଥିବାର ସୂଚନା ପାଇଲେ । ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କୁ ପଦ୍ମଲୋଚନ ଙ୍କ ମର ଶରୀର ଦେଖାଇବା ପାଇଁ ଯେତେ କହିଲେ ମଧ୍ଯ କେହି ଶୁଣିଲେ ନାହିଁ । ବହୁ ହୋହାଲ୍ଲା କରି ପରିବାର ନିରାଶ ହୋଇ ବରଗଡ ରୁ ରାତ୍ର ୯ ଘଣ୍ଟା ସମୟ ନିଜ ଗାଁ ଭେଉଁରିଆ କୁ ଫେରି ଆସିଛନ୍ତି । ଏବେ ମଧ୍ଯ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକେ ଶବ ଖୋଜୁଛନ୍ତି । ଏହା ତଦନ୍ତ ସାପେକ୍ଷ ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ