ବାସୁଦେବପୁର/ ଭଦ୍ରକ :-
ସଭିଙ୍କୁ ମିଳିବ ସ୍ୱାସ୍ଥ୍ୟ ସେବା।ସରକାରଙ୍କ ପ୍ରାଥମିକତା ଥିବା ବେଳେ ସାଧାରଣ ଜନତାଙ୍କ ଏହା ଏକ ମୌଳିକ ଆବଶ୍ୟକତା । ଏପରିକି କୋଭିଡ୍ ମହାମାରୀ ନିରାକରଣ ପାଇଁ ଡ଼ାକ୍ତରଙ୍କ ଆବଶ୍ୟକତା ସର୍ବାଗ୍ରେ।କିନ୍ତୁ ଏପରି ସ୍ଥଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ଈରମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘଦିନ ଧରି ଦେଖାଦେଇଛି ଡ଼ାକ୍ତର ଙ୍କ ଅଭାବ । ଆଉ ଶେଷରେ ବାଧ୍ୟ ହୋଇ ସ୍ଥାନୀୟ ଜନସାଧାରଣ ଆପଣାଇଛନ୍ତି ଆନ୍ଦୋଳାତ୍ମକ ପନ୍ଥା।ମିଳିତ ଅନଶନରେ ବସିଛନ୍ତି ନିକଟସ୍ଥ ଗ୍ରାମବାସୀ ମାନେ।ଐତିହାସିକ ଦୃଷ୍ଟିରେ ଈରମ ର ସ୍ଥାନ ସର୍ବାଗ୍ରେ । ଏପରିକି ଈରମ ସ୍ଥିତ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିର୍ଭର କରନ୍ତି ଆଖପାଖ ୪ ଖଣ୍ଡ ପଞ୍ଚାୟତର ପାଖାପାଖି୫୦ ହଜାରରୁ ଉର୍ଦ୍ଧ ଜନସାଧାରଣ।ବାରମ୍ବାର ଉପସ୍ଥିତ ଅଧିକାରୀ, ନେତା, ମନ୍ତ୍ରୀ ଙ୍କୁ ଜଣାଇଥିଲେ ମଧ୍ୟ ନିରାଶ ହୋଇ ଶେଷ ପନ୍ଥା ଆପଣାଇଛନ୍ତି ଗ୍ରାମବାସୀ ମାନେ।ବସିଛନ୍ତି ଆମରଣ ଅନଶନରେ।ଦେଖିବାକୁ ରହିଲା କେବେ ନିଦ ଭାଙ୍ଗୁଛି ସରକାରଙ୍କ।କେବେ ନଜର ପଡୁଛି ପ୍ରଶାସନର ଆଉ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିଯୁକ୍ତି ପାଉଛନ୍ତି ସ୍ଥାୟୀ ଡ଼ାକ୍ତର। ଭଦ୍ରକ ଜିଲ୍ଲା ବାସୁଦେବପୁର ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍।