Type Here to Get Search Results !

ଶ୍ରୀରାମ ନବମୀ ମହୋତ୍ସବ ୧୦୮ ମହିଳାଙ୍କ କଳସ ଶୋଭାଯାତ୍ରା ଓ ଆଜ୍ଞାମାଳ ଯାତ୍ରା ଅନୁଷ୍ଠିତ


ଭଦ୍ରକ :-

  ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ ଚଳିତ ବର୍ଷ ପୂର୍ଣ୍ଣ କୋଭିଡ଼୍ କଟକଣା ମଧ୍ୟରେ ପାଳନ କରାଯାଉଛି । ଏହି ଉପଲକ୍ଷେ ରୀତିନୀତି ଅନୁଯାୟୀ ଆଜି କଳସ ଶୋଭାଯାତ୍ରା, ଆଜ୍ଞାମାଳ ଆଣିବା କାର୍ଯ୍ୟ ସହିତ ଯଜ୍ଞ କର୍ମ ଆରମ୍ଭ ହୋଇଛି । ପୂର୍ବାହ୍ଣରେ ସମ୍ପୂର୍ଣ୍ଣ ସୀମିତ ଭକ୍ତଙ୍କୁ ନେଇ ଆରଡ଼ି ବାବା ଆଖଣ୍ଡଳମଣି, ଯାଜପୁର ମା’ ବିରଜା ଓ ମା’ ଭଦ୍ରକାଳୀଙ୍କ ପୀଠରୁ ପୁରୋହିତଙ୍କ ଦ୍ୱାରା ଆଜ୍ଞାମାଳ ଅଣାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଅପରାହ୍ଣରେ ପ୍ରଶାସନିକ ଅନୁମତି କ୍ରମେ ୩ ଭାଗରେ ବିଭକ୍ତ ହୋଇ ମୋଟ ୧୦୮ ଜଣ ମହିଳା ସାଳନ୍ଦୀ ନଦୀ ସାହାପୁର ଘାଟରୁ ଘଟ ବୁଡାଇ ନିରାଡମ୍ବର ଶୋଭାଯାତ୍ରାରେ ଯଜ୍ଞ ମଣ୍ଡପକୁ ଯାଇଥିଲେ । ମହିଳାମାନେ ଗାନ୍ଧୀ ପଡ଼ିଆରୁ ବାହାରି ଅସ୍ତଳ ଗ୍ରାମ ହୋଇ ନଦୀ ଘାଟରେ ପହଞ୍ଚିଥିଲେ । ସେଠାରେ ରୀତିନୀତି ଅନୁଯାୟୀ ପୂଜା ପରେ ମହିଳାମାନେ ଘଟୋତ୍ତଳନ କରିଥିଲେ । ପରେ ଶୋଭାଯାତ୍ରାରେ ବନ୍ତ ଛକ, ଅପର୍ତ୍ତିବିନ୍ଧା ଛକ, କଚେରୀ ବଜାର, ଟାଉନହଲ ଛକ, ନୂଆବଜାର ହୋଇ ଗାନ୍ଧୀ ପଡ଼ିଆକୁ ଫେରିଥିଲେ । ଯଜ୍ଞ ମଣ୍ଡପରେ ମଧ୍ୟ କୋଭିଡ଼ କଟକଣାରେ ରୀତିନୀତି ମୁତାବକ ପୂଜାକର୍ମ ଆରମ୍ଭ କରାଯାଇଛି । ଆଜିଠାରୁ ଏହି ପୂଜା ଯଥା, ରାମ ନବମୀ ଯଜ୍ଞ, ହନୁମାନ ଚାଳିଶା ପାଠ ଆଦି ୩ ଦିନ ଧରି ଅନୁଷ୍ଠିତ ହେବ । ଏହି ଯଜ୍ଞ କର୍ମରେ କର୍ତ୍ତାକର୍ତ୍ତ୍ରୀ ଭାବେ ସନାତନ ସାହୁ, ଅମ୍ବିକା ଦାସ, ପ୍ରହଲ୍ଲାଦ ନାୟକ ସପତ୍ନୀକ ସଂକଳ୍ପ କରିଛନ୍ତି । ଆଜି ବାବା ଆଖଣ୍ଡଳମଣିଙ୍କ ପୀଠରୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରଜା କ୍ଷେତ୍ରରୁ ବଦ୍ରିନାରାୟଣ ଧଳ, ଭଦ୍ରକାଳୀଙ୍କ ପୀଠରୁ ଡାକ୍ତର ପ୍ରଦୀପ ନାୟକଙ୍କ ତତ୍ତ୍ୱାବଧାନରେ ଆଜ୍ଞାମାଳ ଅଣାଯାଇଥିବା ବେଳେ ମହିଳାଙ୍କ କଳସ ଶୋଭାଯାତ୍ରାରେ ମାଳତୀଲତା ସାହୁ, କଳ୍ପନା ଜେନା, ଭାରତୀ ବିଶ୍ୱାଳ, ଶକୁନ୍ତଳା ସାମଲ, ଉର୍ମିଳା ପାଣିଗ୍ରାହୀ, ଗୀତା ପଢିଆରୀ, ରମିତା ପାଢୀ, ଉର୍ମିଳା ସେଠୀ ବିଭିନ୍ନ ବିଭାଗର ଦାୟିତ୍ୱ ନିର୍ବାହ କରିଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ରାୟ ରାମାନନ୍ଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, ଯୁଗ୍ମ ସମ୍ପାଦକ ତପନ ମହାନ୍ତି, ଉପସଭାପତି ପ୍ରଦିପ୍ତ ବିଶ୍ୱାଳ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସହକୋଷାଧ୍ୟକ୍ଷ ଭଗବାନ ପଣ୍ଡା, ବରିଷ୍ଠ ସଦସ୍ୟ ଜଗନ୍ନାଥ ଦାଶ, ପବନ ବାଗେଡିଆ, ଉପଦେଷ୍ଟା ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ଅଭିମନ୍ୟୁ ସେଠୀ, ସଦସ୍ୟ ରଶ୍ମି ରଂଜନ ମହାକୁଡ, ଚନ୍ଦ୍ରଶେଖର ମହାପାତ୍ର, ବିଜୟ କୁମାର ସିନ୍‌ହା, ବିଜୟ ଭୂଷଣ ନାୟକ, ରଘୁନାଥ ସାହୁ ପରିଚାଳନା କରିଥିବା ବେଳେ ସ୍ୱାଧୀନ ସୁନ୍ଦର ଦାସ, ସୁରେଶ ସାମଲ, ସୂର୍ଯ୍ୟବଂଶୀ ସୂରଜ, ସ୍ୱରୂପାନନ୍ଦ ମହାପାତ୍ର, ଶିବ ଶଙ୍କର ଦାସ, ବସନ୍ତ ରାଉତ, ପରେଶ ନାଥ ଧଳ, ମହେଶ୍ୱର ବେହେରା, ପୁନିଲ ସାମନ୍ତ, ଟୁକୁନା ସ୍ୱାଇଁ, ଦେବାଶିଷ ଗ୍ରହାଚାର୍ଯ୍ୟ, କାହ୍ନା ଖୁଣ୍ଟିଆ, ସରୋଜ ରାଉତ, ପ୍ରଶାନ୍ତ ମଲ୍ଲିକ, ହୃଷିକେଶ ନାଥ, ପ୍ରିୟନାଥ ଧଳ ପ୍ରମୁଖ ସହଯୋଗ କରିଥିଲେ। ଭଦ୍ରକ ଜିଲ୍ଲା ରୁ ସେକ  ସାହିଦ   କାଦିରି ଙ୍କ ରିପୋର୍ଟ୍।

Post a Comment

0 Comments
* Please Don't Spam Here. All the Comments are Reviewed by Admin.