Type Here to Get Search Results !

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦିକା ଦେବସ୍ମିତା ଦାସଙ୍କ ନେତୃତ୍ବରେ ୭୫ୟୁନିଟ୍ ରକ୍ତ ସଂଗ୍ରହ

 


ଭୁବନେଶ୍ୱର :-

ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଦେବସ୍ମିତା ଦାସଙ୍କ ନେତୃତ୍ବରେ ଆୟୋଜିତ ରକ୍ତଦାନ ଶିବିରରେ ୭୫ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । 

ଏହି ରକ୍ତଦାନ ଶିବିରକୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଯୁବ ବ୍ୟାପାର ପ୍ରଣବ ବଳବନ୍ତରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳନ୍ତରାୟ ଉଦଘାଟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଓଡ଼ିଶା ମୋ ପାରିବାରର ସଂଯୋଜକ ରୁଦ୍ର ସାମନ୍ତରାୟ, ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ଉପ ସଭାପତି ବିଜୁ ଛୋଟରାୟ ପ୍ରମୁଖ ଉପସ୍ଥିତ ରହି ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।।

ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱଦିପ ପ୍ରଧାନ, ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ରାଜେଶ ରାଜ ସ୍ୱାଇଁ, ବିଜୁ ଛାତ୍ର ଜନତା ଦଳର ମହାସଚିବ ଇପ୍ସିତା ସାହୁ, ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ସ୍ୱାଗତିକା ମହାନ୍ତି , ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ା, ଅପୂର୍ବ ଅପରୂପା, ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ପାଲଟା ସିଂ, ରାଜ୍ୟ ସମ୍ପାଦକ ସୁଚିଶ୍ମିତା ବେହେରା, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦିକା ରାଜଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ



Post a Comment

0 Comments
* Please Don't Spam Here. All the Comments are Reviewed by Admin.