Type Here to Get Search Results !

ଏନ୍‌ଟିପିସିର ଇଲେକ୍ଟ୍ରନ୍ କୁଇଜ୍ ୨୦୨୬–୨୭ ଉଦ୍‌ଯାପିତ; ଶୀର୍ଷ ସ୍ଥାନ ଅଧିକାର କଲେ ଆଇଆଇଟି ମାଡ୍ରାସ୍‌ର ଦୁଇ ଦଳ

 

ଭାରତର ସର୍ବବୃହତ୍ ସମନ୍ୱିତ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ଏନ୍‌ଟିପିସି ପକ୍ଷରୁ ଯୁବପିଢ଼ିଙ୍କ ମଧ୍ୟରେ ଜ୍ଞାନ, ଜିଜ୍ଞାସା ଓ ନୂତନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ପ୍ରମୁଖ କାର୍ଯ୍ୟକ୍ରମ ‘ଇଲେକ୍ଟ୍ରନ୍ କୁଇଜ୍ ୨୦୨୬–୨୭’ ଅକ୍ଟୋବର ୮ ତାରିଖରେ ଉଦ୍‌ଯାପିତ ହୋଇଛି। ସେପ୍ଟେମ୍ବର ୫ ତାରିଖରେ ଲକ୍ଷ୍ନୌଠାରେ ଆଞ୍ଚଳିକ ପର୍ଯ୍ୟାୟରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଅକ୍ଟୋବର ୮ ତାରିଖରେ ଜାତୀୟ ଫାଇନାଲ୍ ସହ ସମାପ୍ତ ହୋଇଥିଲା। ଦେଶର ନଅଟି ଆଞ୍ଚଳିକ କେନ୍ଦ୍ରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜାତୀୟ ଫାଇନାଲ୍‌ରେ ଆଇଆଇଟି ମାଡ୍ରାସ୍‌ର ଅଦ୍ୱିକ କାବ୍ରା ଏବଂ ଆଶିଷ ଚେରିଆନ୍ ଥାନିକ୍କାଲ୍ ଚାମ୍ପିଅନ୍ ହୋଇଥିବା ବେଳେ, ସେହି ଅନୁଷ୍ଠାନର ଶ୍ରୀରାମ ମାଧବନ୍ ଭି ଏବଂ ଈଶାନ ଯୋଶୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଆଇଆଇଟି କାନପୁରର ୱାକାର୍ ମୋଇଦ୍ ଏବଂ ପାର୍ଥ ଆର୍ଯ୍ୟ ଭାଟ୍ ତୃତୀୟ ସ୍ଥାନ ହାସଲ କରିଥିଲେ।

ଜାତୀୟ ସ୍ତରରେ ବିଜେତା ଦଳକୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଦଳକୁ ଯଥାକ୍ରମେ ୬୦ ହଜାର ଓ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନରେ ଥିବା ଦଳଗୁଡ଼ିକୁ ପ୍ରତ୍ୟେକ ୧୬ ହଜାର ଟଙ୍କା ଏବଂ ଅନ୍ୟ ୧୨ଟି ଦଳକୁ ପ୍ରତ୍ୟେକ ୮ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା। ଏହି ଅବସରରେ ଉପସ୍ଥିତ ଏନ୍‌ଟିପିସିର ନିର୍ଦ୍ଦେଶକ (ମାନବ ସମ୍ବଳ) ଅନିଲ କୁମାର ଜାଦଲି ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ପ୍ରତିଯୋଗୀଙ୍କ ଉତ୍ସାହ ଓ ଅଂଶଗ୍ରହଣର ପ୍ରଶଂସା କରିଥିଲେ। ଭବିଷ୍ୟତରେ ମଧ୍ୟ ଶିକ୍ଷା ଓ ଜିଜ୍ଞାସାର ମନୋଭାବକୁ ବଜାୟ ରଖିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏନ୍‌ଟିପିସିର ପରିବର୍ତ୍ତନଶୀଳ ଯାତ୍ରା ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ ଯେ କମ୍ପାନୀ ପାରମ୍ପରିକ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥାର ପରିଚୟକୁ ଅତିକ୍ରମ କରି ଏକ ସମନ୍ୱିତ ଶକ୍ତି କମ୍ପାନୀ ଭାବେ ନିଜକୁ ବିକଶିତ କରୁଛି। ଏହା ସହିତ ଯୁବପିଢ଼ିଙ୍କୁ ମଧ୍ୟ ନିଜ ଜୀବନ ଓ କ୍ୟାରିୟରରେ ପରିବର୍ତ୍ତନକୁ ଗ୍ରହଣ କରିବା ସହ ନୂତନ ପରିସ୍ଥିତି ସହ ଖାପ ଖୁଆଇବାକୁ ସେ ଆହ୍ୱାନ ଦେଇଥିଲେ। ଚଳିତ ବର୍ଷ ଲକ୍ଷ୍ନୌ, ପାଟନା, ରାଞ୍ଚି, ରାୟପୁର, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା ଏବଂ ନୋଏଡାରେ ଆଞ୍ଚଳିକ ପର୍ଯ୍ୟାୟ ଆୟୋଜିତ ହୋଇଥିଲା। ଏଥିରେ ୧,୧୦୦ରୁ ଅଧିକ ଦଳ ଅଂଶଗ୍ରହଣ କରିଥିବାରୁ ଚଳିତ ସଂସ୍କରଣ ଏନ୍‌ଟିପିସି ଇଲେକ୍ଟ୍ରନ୍ କୁଇଜ୍‌ର ସର୍ବବୃହତ୍ ଆୟୋଜନଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇପାରିଛି।

ଆଞ୍ଚଳିକ ସ୍ତରରେ ବିଜେତା ଦଳକୁ ୬୦ ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଦଳକୁ ୪୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନରେ ଥିବା ଦଳକୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନ ହାସଲ କରିଥିବା ଦଳଗୁଡ଼ିକୁ ପ୍ରତ୍ୟେକ ୮ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା। ଏହି ଅବସରରେ ଏନ୍‌ଟିପିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଏସ୍‌.ଏନ୍‌. ପାଣିଗ୍ରାହୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଷ୍ଟ୍ରାଟେଜିକ୍ ଏଚ୍‌ଆର୍‌ଡି ଏବଂ ଟ୍ୟାଲେଣ୍ଟ ଡେଭଲପମେଣ୍ଟ) ପ୍ରେମଲତାଙ୍କ ସମେତ ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ରହି ଫାଇନାଲ୍‌ରେ ପହଞ୍ଚିଥିବା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ୨୦୦୪ ମସିହାରୁ ଆୟୋଜିତ ହୋଇଆସୁଥିବା ଏନ୍‌ଟିପିସି ଇଲେକ୍ଟ୍ରନ୍ କୁଇଜ୍‌ର ଚଳିତ ବର୍ଷର ବିଷୟବସ୍ତୁ ଥିଲା ‘ବ୍ୟବସାୟ ଓ ପରିଚାଳନା ଜଗତ’ (The World of Business & Management)। ଏହି ପ୍ରମୁଖ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନାର୍ଜନ, ବୌଦ୍ଧିକ ବିକାଶ ଏବଂ ସୁସ୍ଥ ପ୍ରତିଯୋଗିତାର ଭାବନାକୁ ପ୍ରୋତ୍ସାହିତ କରୁଛି। ବର୍ଷକୁ ବର୍ଷ ଏହି କୁଇଜ୍‌ର ପରିସର ଓ ଗୁରୁତ୍ୱ ବୃଦ୍ଧି ପାଇବା ସହ ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀଙ୍କୁ ନିଜ ଜ୍ଞାନ ପ୍ରଦର୍ଶନ ଓ ପରସ୍ପରଠାରୁ ଶିଖିବାର ସୁଯୋଗ ମିଳୁଛି।

ଏନ୍‌ଟିପିସି ସମ୍ପର୍କରେ: ଭାରତ ସରକାରଙ୍କ ମହାରତ୍ନ ଉଦ୍ୟୋଗ ଏନ୍‌ଟିପିସି ଲିମିଟେଡ୍ ଦେଶର ସର୍ବବୃହତ୍ ସମନ୍ୱିତ ବିଦ୍ୟୁତ୍ ଉପଯୋଗିତା ସଂସ୍ଥା, ଯାହାର ସ୍ଥାପିତ କ୍ଷମତା ୯୧ ଗିଗାୱାଟ୍‌ରୁ ଅଧିକ। ଶକ୍ତି କ୍ଷେତ୍ରର ବିଭିନ୍ନ ମୂଲ୍ୟ ଶୃଙ୍ଖଳରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ସହ କମ୍ପାନୀ ପାରମ୍ପରିକ ବିଦ୍ୟୁତ୍ ଉତ୍ପାଦନର ସୀମା ଅତିକ୍ରମ କରି ଅକ୍ଷୟ ଶକ୍ତି, ବ୍ୟାଟେରୀ ଶକ୍ତି ସଂରକ୍ଷଣ, ଆଣବିକ ଶକ୍ତି, କାର୍ବନ୍ କ୍ୟାପଚର୍ ଏବଂ ସବୁଜ ରସାୟନ ଭଳି ଉଦୀୟମାନ କ୍ଷେତ୍ରରେ ସମ୍ପ୍ରସାରଣ କରୁଛି। ଭାରତର ପରିବର୍ତ୍ତନଶୀଳ ଶକ୍ତି ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ୨୦୩୨ ସୁଦ୍ଧା ୬୦ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାର ଲକ୍ଷ୍ୟ ରଖିଛି। 

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.