ସୁନ୍ଦରଗଡ଼ :
ସମାଜ କଲ୍ୟାଣ ଏବଂ ଶିକ୍ଷାଗତ ସହାୟତା ପ୍ରତି ନିରନ୍ତର ପ୍ରତିବଦ୍ଧତାର ଅଂଶ ସ୍ୱରୂପ, ଏନଟିପିସି ଦର୍ଲିପାଲି ତରଫରୁ ଶୁକ୍ରବାର ଦିନ ତିନୋଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୬୧୦ ଟି ଛତା ବଣ୍ଟନ କରାଯାଇଥିଲା l ଏହି ବଣ୍ଟନରେ ସରକାରୀ ଲୋଚନ ହାଇସ୍କୁଲ ଦର୍ଲିପାଲି,ମନୋଜ ପାଢୀ ହାଇସ୍କୁଲ ସରଣ୍ଡାମାଲ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛଦରମାରେ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଥିଲା। ଏହି ପଦକ୍ଷେପର ଲକ୍ଷ୍ୟ ବର୍ଷା ଋତୁରେ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ସ୍କୁଲରେ ସେମାନଙ୍କର ନିୟମିତ ଉପସ୍ଥିତିକୁ ସୁଗମ କରିବା।
ବଣ୍ଟନ କାର୍ଯ୍ୟକ୍ରମରେ ଜିଏମ ଇପିଲ୍ ବାଗେ ଏବଂ ଏଜିଏମ (ଏଚ ଆର )ସଞ୍ଜିତ କୁମାର ମିଞ୍ଜ୍ ଏବଂ ଅନ୍ୟାନ୍ୟ ଏନଟିପିସି ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ପ୍ରକାରର ଆବଶ୍ୟକତା ଆଧାରିତ ହସ୍ତକ୍ଷେପ ମାଧ୍ୟମରେ,ଏନଟିପିସି ଦର୍ଲିପାଲି ପ୍ରକଳ୍ପ ପ୍ରଭାବିତ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ପିଲାମାନଙ୍କର ଶିକ୍ଷାଗତ ଆବଶ୍ୟକତାକୁ ସମର୍ଥନ କରିଚାଲିଛି,ଏକ ଅଧିକ ଅନୁକୂଳ ଏବଂ ସହାୟକ ଶିକ୍ଷା ପରିବେଶ ପ୍ରତି ଅବଦାନ ରଖିଛି।


